fbpx
BJD SKY
BJD SKY

ବିଶ୍ୱ ମାର୍କେଟରେ ଚମକିବ କୋରାପୁଟ କଫି: ହାଇଦ୍ରାବାଦରେ ଚାଲିଛି ପରୀକ୍ଷଣ, TDCCର ଅଭିନବ ପ୍ରୟାସ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ମାଣ୍ଡିଆ ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଲେଟ୍ ମିଶନ’ ଆରମ୍ଭ କରିବା ସହିତ ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ‘ମାଣ୍ଡିଆ ‘ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ମାଣ୍ଡିଆକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଲକ୍ଷ୍ୟରେ ମାଣ୍ଡିଆ ଗୀତ ପ୍ରସ୍ତୁତ ହୋଇଥିଲା । ସେହିପରି ରାଜ୍ୟରେ କପାଚାଷୀଙ୍କୁ ଲାଭବାନ କରାଇବା ଉଦ୍ଦେଶ୍ୟରେ ୧୩ଟି ଜିଲ୍ଲାରେ କପା ସମବାୟ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ ଏହି କ୍ରମରେ ଯୋଡ଼ିହେବାକୁ ଯାଉଛି କୋରାପୁଟ କଫି । ଖୁବଶୀଘ୍ର ବଜାରରେ ମିଳିବ ଇନଷ୍ଟାଣ୍ଟ କୋରାପୁଟ କଫି । ଏଥିପାଇଁ ହାଇଦ୍ରାବାଦର ଟାଟା ଟୁପରାନ କମ୍ପାନୀରେ ଟେଷ୍ଟିଂ ଚାଲିଥିବା ବେଳେ ଏହା ସଫଳ ହେଲେ ଟାଟା ସହଭାଗିତାରେ ଏହି ଫ୍ଲେଭର ବଜାର ପ୍ରବେଶ କରିବ । ବର୍ତ୍ତମାନ ମିଳୁଥିବା କଫିକୁ ଜଣେ ପାଣିରେ ଛାଣିଲା ପରେ କ୍ଷୀରରେ ମିଶାଇ ପିଇପାରୁଛି । ମାତ୍ର ଏହି ଇନଷ୍ଟାଣ୍ଟ କୋରାପୁଟ କଫିକୁ ଜଣେ କ୍ଷୀରରେ ମିଶାଇ ସିଧାସଳଖ ପିଇ ପାରିବ । ଏ ବାବଦରେ ଟ୍ରାଇବାଲ ଡେଭଲମେଣ୍ଟ କୋ-ଅପରେଟିଭ୍ କର୍ପୋରେସନ (ଟିଡିସିସି) ପକ୍ଷରୁ ସୂଚନା ଦିଆଯାଇଛି ।

କଫି ଏକ ଲାଭଜନକ ଓ ଦୀର୍ଘସ୍ଥାୟୀ ଫସଲ । ଏହାକୁ ଥରେ ଚାଷ କଲେ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଏଥିରୁ ଫାଇଦା ମିଳିଥାଏ । ସେଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ୫ ହଜାର ହେକ୍ଟର ଜମିରେ ନୂଆ କଫି ଚାରା ଲଗାଇଛନ୍ତି । ଗତ ୨୦୨୦ ମସିହାରେ କୋରାପୁଟର ନନ୍ଦପୁର, ଲମତାପୁଟ, ଦଶମନ୍ତପୁର, ସେମିଳିଗୁଡ଼ା ଓ ପଟାଙ୍ଗି ଅଞ୍ଚଳର ଚାଷୀଙ୍କଠାରୁ ଟିଡିସିସି କଫି କିଣିଥିଲା । ବର୍ତ୍ତମାନ କୋରାପୁଟ କଫିର ୫ଟି ଫ୍ଲେଭର ବଜାରରେ ମିଳୁଛି । ନିଜସ୍ୱ ସ୍ୱାଦ ଓ ବାସ୍ନା ପାଇଁ ଏହା ବେଶ୍ ସୁନାମ ଅର୍ଜନ କରିଛି । ଟିଡିସିସି ସହାୟତାରେ ଘରୋଇ ଚାହିଦା ପୂରଣ ହେବା ପରେ ଏହାକୁ ଆକର୍ଷଣୀୟ ଭାବେ ପ୍ୟାକିଂ କରି ବିଶ୍ୱ ବଜାରକୁ ଛାଡ଼ିବାକୁ ଯୋଜନା ରହିଛି ।

Get real time updates directly on you device, subscribe now.