ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): କରୋନା ମହାମାରୀ ବଢିଚାଲିଥିବା ବେଳେ ଭୁବନେଶ୍ୱରରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ପାଇଁ ସବୁ ସ୍ଲଟ୍ ବୁକିଂ ଶେଷ ହୋଇଛି । ବିଏମସି ଅଞ୍ଚଳରେ ଆସନ୍ତା ୮ ତାରିଖ ଯାଏଁ ସବୁ ସ୍ଲଟ୍ ବୁକିଂ ଶେଷ ହୋଇଥିବା ସୂଚନା ମିଳିଛି । ସ୍ଲଟ୍ ଶେଷ ନେଇ ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବୁକିଂ ଆରମ୍ଭର ମାତ୍ରେ କେଇ ଘଣ୍ଟା ମଧ୍ୟରେ ସବୁ ସ୍ଲଟ୍ ଶେଷ ହୋଇଥିଲା । ଯାହାପରେ ଟିକା ନେବା ପାଇଁ ଆଶାୟୀ ଥିବା ଅନେକ ଲୋକଙ୍କୁ ନିରାଶ ହେବାକୁ ପଡିଛି । ଅଧିକ ସ୍ଲଟ୍ ବଢାଇବାକୁ ଉଦ୍ୟମ କରାଯାଉଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।