fbpx

୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆଜିଠୁ ସ୍ଲଟ ବୁକିଂ, ଜାଣନ୍ତୁ ପ୍ରୋସେସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ଆରମ୍ଭ ଅର୍ଥାତ୍ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ ଟିକା ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା ହୋଇଛି । ସ୍ଲଟ୍ ବୁକ୍ କରି ନିର୍ଦ୍ଧାରିତ କେନ୍ଦ୍ରରେ କିଶେର ଟିକା ନେଇପାରିବେ । ଏହା ବାଦ୍ ଅନ୍ ଦି ସ୍ପଟ ଟିକାକରକଣର ବ୍ୟବସ୍ଥା ରହିଛି । କିଶୋରଙ୍କୁ ସ୍କୁଲ ଓ କଲେଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ । ୧୫-୧୮ ବର୍ଷ ବୟସ୍କଙ୍କୁ କେବଳ କୋଭାକ୍ସିନ୍ ଟିକା ଦେବାକୁ ଅପସନ୍ ରହିଛି । ଘରେ ବସି ସ୍ଲଟ୍ ବୁକିଂ କରିପାରିବେ ।

୧୫ ବର୍ଷରୁ ୧୮ ବର୍ଷ ପିଲା ଟିକା ନେବାକୁ ଆଜିଠାରୁ କୋ ୱିନ୍ ପୋର୍ଟାଲରେ ପଞ୍ଜିକରଣ କରିବେ । ଯେଉଁମାନେ ୨୦୦୭ କିମ୍ବା ତାପୂର୍ବରୁ ଜନ୍ମଗ୍ରହଣ କରିଥିବା ସେମାନେ ଟିକା ନେବା ପାଇଁ ଯୋଗ୍ୟ । ଆଧାର କାର୍ଡ ଜରିଆରେ ପଞ୍ଜିକରଣ କରିପାରିବେ । ଯେଉଁମାନଙ୍କର ଆଧାର କାର୍ଡ ନାହିଁ ସେମାନେ ଛାତ୍ର ପରିଚୟପତ୍ର ଦେଇ ରେଜିଷ୍ଟ୍ରେସନ୍ କରିପାରିବେ । ସରକାରୀ ଟିକାକରଣ କେନ୍ଦ୍ରରେ ପିଲାମାନଙ୍କୁ ମାଗଣା ଟିକା ଦିଆଯିବ । ବେସରକାରୀ ହସ୍ପିଟାଲରେ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ । ୩ ତାରିଖରୁ ଟିକାକରଣ ନେଇ ଦେଶବ୍ୟାପୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟିକା ପାଇଁ ଉଭୟ ଅନଲାଇନ୍ ଓ ଅନସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ। ଯେଉଁମାନଙ୍କର ଅନ୍ୟ କୌଣସି ପ୍ରମାଣପତ୍ର ନ ଥିବ ସେମାନେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜୀକରଣ କରିବା ସହିତ ଟିକା ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ।

ଆସନ୍ତୁ ଜାଣିବା ରେଜିଷ୍ଟ୍ରେସନ୍ ପ୍ରୋସେସ୍:

– ପ୍ରଥମେ www.cowin.gov.in ଓ୍ୱେବସାଇଟକୁ ଯିବେ ।
– କୋ ଓ୍ୱିନରେ ପଞ୍ଜିକୃତ ହୋଇ ନଥିଲେ ପ୍ରଥମେ ରେଜିଷ୍ଟ୍ରେସନ୍ କରିବେ ।
– ସେଠାରେ ପିଲାଙ୍କ ନାଁ, ବୟସ ଭଳି ତଥ୍ୟ ଦେବେ ।
– ରେଜିଷ୍ଟ୍ରେସନ୍ ସରିଲେ ମୋବାଇଲରେ କନଫରମେସନ୍ ମେସେଜ୍ ଆସିବ ।
– ନିଜ ଅଞ୍ଚଳର ପିନ୍ କୋଡ୍ ଦେବେ ।
– ଟିକାକରଣ କେନ୍ଦ୍ରର ପୂରା ତାଲିକା ଜାଣିପାରିବେ ।
– ତାରିଖ ଓ ସମୟ ଅନୁସାରେ ଟିକାକରଣ ସ୍ଲଟ୍ ବୁକିଂ କରିବେ ।

Get real time updates directly on you device, subscribe now.