fbpx

(Video) ପ୍ରେମର ବିଶାଳ ଅନୁଭବକୁ ଜିତିନେଲା ଛୋଟ ହୃଦୟ! ଶିଶୁର ଟ୍ୟାଲେଣ୍ଟରେ ବିମୁଗ୍ଧ ହୋଇଗଲେ ପ୍ରଖ୍ୟାତ ଗୀତିକାର ଗୁଲଜାର

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରତିଭାଙ୍କ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଜଣେ ଶିଶୁ ପ୍ରତିଭାଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ନବେ ଦଶକର ହିଟ ଫିଲ୍ମ ‘ସପନା ସାଜନ କା’ର ସୁମଧୁର ଗୀତ ‘ୟେ ଦୁଆ ହୈ ମେରୀ ରବ ସେ’ ଗୀତରେ ଏହି ଶିଶୁଟି ଯେଉଁଭଳି ଅଭିନୟ କରିଥିଲା ତାହାକୁ ଦେଖିଲେ ଯେ କେହି ବି ପ୍ରଶଂସା ନକରି ରହି ପାରିବ ନାହିଁ । ପ୍ରେମର ଏକ ବିଶାଳ ଅନୁଭବକୁ ଏଇ କୁନି ପ୍ରତିଭା ଯେଭଳି ନିଭାଇଛି ତାହା ନିହାତି ପ୍ରଶଂସାଯୋଗ୍ୟ ।

ତେବେ ଶିଶୁଟିର ପ୍ରଭିଭାରେ ଶତମୂଖ ହୋଇପଡ଼ିଛନ୍ତି ବଲିଉଡର ପ୍ରଖ୍ୟାତ ଗୀତିକର ଗୁଲଜାର । ଗୁଲଜାର ତାଙ୍କର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏହାର ଭିଡିଓକୁ ଶେୟାର କରିବା ସହିତ ‘ସୋ କ୍ୟୁଟ୍’ ବୋଲି ଲେଖିଛନ୍ତି । ନବେ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ କରିଥିବା ଉକ୍ତ ଗୀତରେ ରାହୁଲ ରୟ ଓ କରୀସ୍ମା କପୁର ଅଭିନୟ କରିଥିବା ପ୍ରଖ୍ୟାତ ଗାୟକ କୁମାର ସାହୁ ଓ ଆଲକା ୟାଗ୍ନିକ ସେଥିରେ କଣ୍ଠଦାନ କରିଥିଲେ । ଶିଶୁଟିର ଅବିଶ୍ୱସନୀୟ ଦକ୍ଷତାକୁ ଦେଖି ସୋସିଆଲ ମିଡ଼ିଆରେ ୟୁଜର୍ସ ପ୍ରଶଂସା ବର୍ଷା କରିଛନ୍ତି । ଛୋଟ ବୟସରୁ ଶିଶୁଟି ଯେପରି ସଭିଙ୍କ ଦିଲ୍ ଜିତିନେଇଛି ସେ ଭବିଷ୍ୟତରେ ସେ ଜଣେ ବଡ଼ କଳାକାର ହୋଇପାରେ ବୋଲି ଅନେକ କହିଛନ୍ତି । ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲାଇକ୍ସ ଓ କମେଣ୍ଟସ ଆସିଛି ।

Get real time updates directly on you device, subscribe now.