fbpx
BJD SKY
BJD SKY

Smart Meter: ସାଇବର ଆକ୍ରମଣ ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ଲାଗୁ ହେବ ନୂତନ ବିଦ୍ୟୁତ୍ ବ୍ୟବସ୍ଥା

BJD

ନୂଆଦିଲ୍ଲୀ: ଦେଶରେ ଆଧୁନିକ ଏବଂ ସ୍ମାର୍ଟ ଶକ୍ତି ବଣ୍ଟନ ବ୍ୟବସ୍ଥା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ, ଯାହା ସାଇବର ଆକ୍ରମଣ ଏବଂ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅତିବାହିତ କରିବ । ଏହା ଦ୍ୱାରା ଏକ ଆଧୁନିକ ଏବଂ ସ୍ମାର୍ଟ ପାୱାର ଟ୍ରାନ୍ସମିସନ ସିଷ୍ଟମ ପାଇଁ ବାଟ ଫିଟିବ ବୋଲି ବିଶେଷଜ୍ଞ କମିଟି ମତ ପ୍ରକାଶ କରିଛନ୍ତି ।

ଶକ୍ତି ମନ୍ତ୍ରଣାଳୟର କହିବାନୁସାରେ, ନୂତନ ସିଷ୍ଟମରେ ରିଅଲ-ଟାଇମ ମନିଟରିଂ, ଗ୍ରୀଡର ସ୍ୱୟଂଚାଳିତ କାର୍ଯ୍ୟ, ପରିସ୍ଥିତିର ଭଲ ମୂଲ୍ୟାଙ୍କନ, ଶକ୍ତି ମିଶ୍ରଣରେ ନବୀକରଣ ଯୋଗ୍ୟ ଶକ୍ତିର ଅଂଶ ବଢିବାର କ୍ଷମତା ରହିବ।

ସୂଚନାମୁତାବକ ସେପ୍ଟେମ୍ବର ୨୦୨୧ ରେ ଶକ୍ତି ମନ୍ତ୍ରଣାଳୟ ଏକ ଟାସ୍କଫୋର୍ସ ଗଠନ କରିଥିଲା ​। ସୁପାରିଶ ଗୁଡିକ ଏହି ରିପୋର୍ଟର ଏକ ଅଂଶ ।ବିଦ୍ୟୁତ୍ ବିତରଣ କ୍ଷେତ୍ରକୁ ଆଧୁନିକୀକରଣ କରିବା ଏବଂ ଏହାକୁ ସ୍ମାର୍ଟ ଏବଂ ଭବିଷ୍ୟତ ପ୍ରସ୍ତୁତ କରିବା ପାଇଁ ଉପାୟ ପରାମର୍ଶ ଦେବା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା।

ଗତ ସପ୍ତାହରେ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ ନିରନ୍ତର ବିଶ୍ୱସନୀୟ ତଥା ସୁଲଭ ଶକ୍ତି ଯୋଗାଇବା ପାଇଁ ସରକାର ସର୍ବଦା ଚେଷ୍ଟିତ। ସରକାରଙ୍କ ଦୂରଦୃଷ୍ଟି ହାସଲ କରିବା ପାଇଁ ଏକ ଆଧୁନିକ ଟ୍ରାନ୍ସମିସନ୍ ଗ୍ରୀଡ୍ ଜରୁରୀ ଅଟେ।

Get real time updates directly on you device, subscribe now.