fbpx

ବିଳମ୍ବିତ ରାତିରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡି

Advertisement

ପୁରୀ, ୨୭ା୫(ଓଡ଼ିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ରାତି ୧ଟାରୁ ଭୋର୍ ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ । ପରେ ଭୋର୍ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ । ଭୋର୍ ୪ଟା ୪୦ରେ ମଇଲମ ଓ ୫ଟାରେ ତଡ଼ପ ଲାଗି ହେବ । ଏହାପରେ ଅଧର ପୋଛା, ଅବକାଶ, ରୋଷହୋମ ନୀତି ହେବ । ବେଶ ଶେଷ, ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ । ସକାଳ ୭.୩୦ରୁ ୯.୩୦ ମଧ୍ୟରେ ଜଳ ବିଜେ , ପୂଜା ଓ ସ୍ନାନନୀତି ହେବ । ପୂର୍ବାହ୍ନ ୧୦.୩୦ରେ ସ୍ନାନବେଦୀରେ ଗଜପତି ଛେରା ପହଁରା କରିବେ । ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହାତୀବେଶ ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.