fbpx

ମାସକୁ ଏତିକି ଦିନ ବିମାନ ଉଡିବ ଭୁବନେଶ୍ୱର ରୁ ରଙ୍ଗେଇଲୁଣ୍ଡା, ତାରିଖ ସମୟ ଧାର୍ଯ୍ୟ କଲେ ବିମାନ ନିର୍ଦ୍ଦେଶକ

ଭୁବନେଶ୍ୱର: ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଯିବା ଆସିବା କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଏପ୍ରିଲ ମାସର ବିମାନ ଉଡାଣର ତାରିଖ ଏବଂ ସମୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ଦେଇଛନ୍ତି ।

ସପ୍ତାହକୁ ୨ଦିନ ହୋଇଥିବା ବେଳେ ମାସକୁ ୯ଦିନ ଫ୍ଲାଇଟ୍ ଉଡ଼ିବ । ଏହାସହ ମାସର ପ୍ରତି ବୁଧବାର ଓ ରବିବାର ଦିନ ବିମାନ ଉଡିବାର ନିଷ୍ପତ୍ତି ନେଇଛନ୍ତି। ବିମାନ ଗତକାଲି ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନବନ୍ଦରକୁ ଉଡିଛି ।

ସେହିପରି ଏହି ନନ୍ ସିଡ୍ୟୁଲ୍ଡ ଫ୍ଲାଇଟ୍ ଆସନ୍ତା ୫ ତାରିଖ, ୯ତାରିଖ, ୧୨ ତାରିଖ ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଉଡ଼ିବ ।ଭୁବନେଶ୍ୱରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ । ଭୁବନେଶ୍ୱର ଅଭିମୁଖେ ଟେକଅଫ୍ କରିବ । ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

Get real time updates directly on you device, subscribe now.