ଓଡିଶା ଭାସ୍କର: ଆଜିକାଲି ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହେବାକୁ ଚାହିଁଛନ୍ତି । ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଇନଫ୍ଲୁଏନ୍ସର ହେବାକୁ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏହି କାମ ପାଇଁ ଆରମ୍ଭ ହୋଇଛି ଏକ ସ୍ନାତକ ପାଠ୍ୟକ୍ରମ । ଇନଫ୍ଲୁଏସନ ହେବାକୁ ବିଧିବଦ୍ଧ କୋର୍ସ କରି ଉଭୟ ନେମ ଆଣ୍ଡ ଫେମ କମାଇପାରିବେ ।
ତେବେ ଏହି କୋର୍ସଟି ଆୟରଲ୍ୟାଣ୍ଡରେ ଆରମ୍ଭ ହୋଇଛି । ଏଠାର ଏକ ବିଶ୍ୱ ବିଦ୍ୟାଳୟରେ ଏହି ନିଆରା କୋର୍ସ ଆରମ୍ଭ ହୋଇଛି । ଏଥି କୋର୍ସରୁ ଆପଣ କେମିତି ଜଣେ ଇନଫ୍ଲୁଏସନର ହେବେ ତାହା ଶିଖିବେ । କେମିତି କହିବେ, କେମିତି ରହିବ ଆପଣଙ୍କ ହାବଭାବ, କହିବା ଷ୍ଟାଇଲ, ବିଭିନ୍ନ ସୋସିଆଲ ମିଡିଆରେ କେମିତି ନିଜର ଏକ ସ୍ୱତନ୍ତ୍ରତା ସୃଷ୍ଟି କରିବେ ସେ ସବୁ ବିଷୟରେ ଦିଆଯିବ ଜ୍ଞାନ ।
ଆୟରଲ୍ୟାଣ୍ଡର ଏହି ବିଶ୍ୱବିଦ୍ୟାଳୟର ନାଁ ସାଉଥ ଇଷ୍ଟ ଟେକ୍ନୋଲୋଜିକଲ ୟୁନିଭର୍ସିଟି । କାର୍ଲୋ ସହରରେ ୟୁନିଭର୍ସିଟିଟି ଅବସ୍ଥାପିତ ହୋଇଛି । ରାଜଧାନୀ ଡବଲିନଠାରୁ ମାତ୍ର ଘଣ୍ଟାକର ବାଟ । ଏହି କୋର୍ସର ନାଁ ରହିଛି କଣ୍ଟେଣ୍ଟ କ୍ରିଏସନ ଆଣ୍ଡ ସୋସିଆଲ ମିଡିଆ । ଏହା ୪ ବର୍ଷର ଏକ ସ୍ନାତକ ପାଠ୍ୟକ୍ରମ । ଗତ ମାସରୁ ଏହି କୋର୍ସର ଲଞ୍ଚ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଏଥିରେ ନାମ ଲେଖାଇଛନ୍ତି ।