fbpx

‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଓଡ଼ିଶାର ୧୩ ହଜାର ୧୨୮ଟି ଗାଁରୁ ସଂଗୃହୀତ ହୋଇଛି ପବିତ୍ର ମାଟି; ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନରେ ନୂଆଦିଲ୍ଲୀ ଯିବ ଅମୃତ କଳସ

Advertisement

ନୂଆଦିଲ୍ଲୀ: ଦେଶପାଇଁ ବଳିଦାନ ଦେଇଥିବା ଅମର ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଉଛି । ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି, ‘ମେରୀ ମେରା ଦେଶ’ କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ଟି ବ୍ଲକର ୧୩ ହଜାର ୧୨୮ଟି ଗାଁରୁ ମାଟି ସଂଗ୍ରହ ହୋଇଛି ।

ମାଟିପୂର୍ଣ୍ଣ କଳସଗୁଡ଼ିକୁ ଆଜି ଭୁବନେଶ୍ୱର ଅଣାଯାଉଛି । ଏହିସବୁ କଳସଗୁଡ଼ିକୁ ରାମମନ୍ଦିର ପଣ୍ଡିତ ଦୀନଦୟାଲ ପାର୍କଠାରେ ଏକାଠି ରଖାଯିବ । ଆସନ୍ତାକାଲି ସକାଳ ୮ଟାରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରା ବାହାରିବ । କାଲି ସ୍ୱତନ୍ତ୍ର ଟ୍ରେନ୍ରେ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀକୁ ପଠାଯିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ସୂଚନା ଅନୁସାରେ, ଗତ ଅଗଷ୍ଟ ୯ରୁ ରାଜ୍ୟରେ ମେରୀ ମେରା ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇଥିବା କଳସ ମାଟି ଏକାଠି କରାଯାଇ ନୂଆଦିଲ୍ଲୀର ରାଷ୍ଟ୍ରୀୟଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାରେ ସ୍ଥାପନ କରାଯିବ । ଆସନ୍ତା ୩୧ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.