fbpx

ଏହି ତାରିଖରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ କଣ କରିବା ଅନୁଚିତ୍

ନୂଆଦିଲ୍ଲୀ୧୯ ।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ । ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ହେବ । ଏହା ପୂର୍ବରୁ ଚଳିକ ବର୍ଷ ଜାନୁଆରୀ ୬ ଓ ଜୁଲାଇ ୨ରେ ଆଂଶିକ ସୂର୍ଯ୍ୟପରାଗ ହୋଇଥିଲା ।

ଭାରତୀୟ ସମୟ ଅନୁସାରେ, ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ୧୭ ମିନିଟରେ ଆରମ୍ଭ ହୋଇ ୧୦ଟା ୫୭ ମିନିଟରେ ଶେଷ ହେବ । ଏନେଇ ଡିସେମ୍ବର ୨୫ ବୁଧବାର ସନ୍ଧ୍ୟା ୫ଟା ୩୧ ମିନିଟରୁ ପାକ ନିଷେଦ୍ଧ ହେବ । ଏବର୍ଷର ଶେଷ ସୂର୍ଯ୍ୟପରାଗ ଭାରତ, ସାଉଦିଆରବ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ସୁମାତ୍ରା, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ଗୁଆମରେ ନଜର ଆସିବ। ଏହା ବ୍ୟତୀତ ଏସିଆ,ଅଷ୍ଟେଲିଆ ଏବଂ ଆଫ୍ରିକାର ଅନ୍ୟ ଅଞ୍ଚଳରେ ଏହା ଆଂଶିକ ଗ୍ରହଣ ଭଳି ଦେଖାଯିବ। । ଏହାପରେ ଆସନ୍ତା ସୂର୍ଯ୍ୟପରାଗ ୨୦୨୦ ଜୁନ୍ ୨୧ ତାରିଖରେ ପଡିବ ।

ତେବେ ସୂର୍ଯ୍ୟପରାଗ ସମୟରେ କୌଣସି ଗର୍ଭବତୀ ମହିଳାଙ୍କୁ ବାହାରକୁ ବାହାରିବା ଅନୁଚିତ୍। ଯେଉଁଠାରେ ସୂର୍ଯ୍ୟପରାଗ ଭଲଭାବେ ନଜର ଆସିଥାଏ ସେଠାରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କଠୁ ହାନିକାରକ କିରଣ ବାହାରିଥାଏ । ଏନେଇ ସାବଧାନୀ ପରଖିବା ଜରୁରୀ ।

Get real time updates directly on you device, subscribe now.