fbpx

ପୃଥିବୀ ପାଇଁ ବଡ଼ ବିପଦ: ୧୬ ଲକ୍ଷ କିଲୋମିଟର ବେଗରେ କାଲି ଧକ୍କା ହେବ ସୋଲାର ଷ୍ଟୋର୍ମ, ସବୁ ସହରରୁ କଟିଯିବ ଲାଇଟ୍

ନୂଆଦିଲ୍ଲୀ: ରବିବାର ଦିନ ଯଦି ଆପଣଙ୍କର ଡିସ୍ ଟିଭି ହଠାତ୍ ବନ୍ଦ ହୋଇଯାଏ କିମ୍ବା ମୋବାଇଲ୍ ନେଟୱାର୍କ ଚାଲିଯାଏ, ତେବେ ଭୟଭୀତ ହେବେ ନାହିଁ । ଏହାର କାରଣ ହୋଇପାରେ ଏକ ଭୀଷଣ ସୌର ତୁଫାନ୍ । ଜୁଲାଇ ମାସ ଆରମ୍ଭରେ ସୂର୍ଯ୍ୟ ପୃଷ୍ଠରୁ ଜନ୍ମ ହୋଇଥିବା ଏହି ଶକ୍ତିଶାଳୀ ସୌର ତୁଫାନ୍ ଘଣ୍ଟା ପ୍ରତି ୧୬,୦୯,୩୪୪ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି । ରବିବାର କିମ୍ବା ସୋମବାର ଦିନ ଏହା କୌଣସି ବି ସମୟରେ ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ରହିଛିି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ସୌର ତୁଫାନ୍ ବା ସୋଲାର ଷ୍ଟୋର୍ମ କାରଣରୁ ସାଟେଲାଇଟ୍ ସିଗନାଲ ବାଧାପ୍ରାପ୍ତ ହୋଇପାରେ । ଏହା ସହିତ ଏହା ବିମାନର ଉଡ଼ାଣ, ରେଡିଓ ସିଗନାଲ୍, କମ୍ୟୁନିକେସନ ଏବଂ ପାଣିପାଗ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଆକଳନ କରିଛି ଯେ, ଏହା ଘଣ୍ଟା ପ୍ରତି ୧୬,୦୯,୩୪୪ କିଲୋମିଟର ବେଗରେ ଆଗକୁ ବଢୁଛି । ସୋଲାର ଷ୍ଟୋର୍ମ ଗତି ଆହୁରି ଅଧିକ ହେବ । ବିଶେଷଜ୍ଞମାନଙ୍କ କହିବା ମୁତାବକ, ଯଦି ଅନ୍ତରୀକ୍ଷରେ ବଡ଼ ତୁଫାନ୍ ଆସେ, ତେବେ ପୃଥିବୀର ପ୍ରାୟ ସବୁ ସହରରୁ ବିଦ୍ୟୁତ କଟିଯାଇପାରେ ।

ତେବେ ସୌର ତୁଫାନ୍ ଯୋଗୁଁ ପୃଥିବୀର ବାହ୍ୟ ବାୟୁମଣ୍ଡଳକୁ ଗରମ ହୋଇପାରେ, ଯାହାର ସିଧା ପ୍ରଭାବ ସାଟେଲାଇଟ ଉପରେ ପଡ଼ିବ । ଏହା ଜିପିଏସ୍ ନେଭିଗେସନ୍, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭିରେ ବାଧା ସୃଷ୍ଟି କରିପାରେ । ବିଦ୍ୟୁତ୍ ଲାଇନଗୁଡିକରେ କରେଣ୍ଟ୍ ଅଧିକ ହୋଇପାରେ, ଯାହା ଫଳରେ ଟ୍ରାନ୍ସଫର୍ମରଗୁଡ଼ିକୁ ବି ପୋଡିଯାଇପାରେ । ଯଦିଓ ଏହା କ୍ୱଚିତ୍ ହୋଇପାରେ କାରଣ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏହା ବିରୁଦ୍ଧରେ ସୁରକ୍ଷା କବଚ ଭାବେ କାମ କରିବ ।

ବିଶେଷଜ୍ଞମାନଙ୍କ ମତରେ, ଯଦି ଅନ୍ତରୀକ୍ଷରେ ପୁଣି ଥରେ ମହାତୁଫାନ୍ ଆସେ, ତେବେ ପୃଥିବୀର ପ୍ରାୟ ସବୁ ସହର ବିଦ୍ୟୁତ ଶକ୍ତି କଟିଯାଇପାରେ । ଏହାପୂର୍ବରୁ ୧୯୮୯ ମସିହାରେ ଆସିଥିବା ସୌର ତୁଫାନ୍ କାରଣରୁ କାନାଡର କେବିକେ ସହରରେ ୧୨ ଘଣ୍ଟା ପାଇଁ ବିଦ୍ୟୁତ ଚାଲିଯାଇଥିଲା । ଫଳରେ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ୧୮୫୯ରେ ଆସିଥିବା ସବୁଠାରୁ ଚର୍ଚ୍ଚିତ ଶକ୍ତିଶାଳୀ ଜିଓମ୍ୟାଗ୍ନେଟିକ୍ ତୁଫାନ୍ ୟୁରୋପ ଓ ଆମେରିକାରରେ ଟେଲିଗ୍ରାଫ ନେଟୱାର୍କକୁ ନଷ୍ଟ କରିଥିଲା ।

Get real time updates directly on you device, subscribe now.