fbpx

ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

କଟକ : ( ଓଡ଼ିଶା ଭାସ୍କର ) ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ମାମଲା ଦାୟର । ତଦନ୍ତରେ ଶିଥିଳତା ଅଭିଯୋଗରେ ମାମଲା ଦାୟର । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ସତ୍ତ୍ୱେ ତଦନ୍ତ ହେଉ ନଥିବା ଅଭିଯୋଗ । ପୂର୍ବରୁ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ବିଜୟ ଶଙ୍କରଙ୍କ ନାଁରେ ମାମଲା ରୁଜୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ମୁତାବକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶ ଙ୍କର ବହୁ ପୂର୍ବରୁ ପ୍ରେମ ସମ୍ପର୍କ ରହି ଆସିଥିଲା । ତେବେ ପୂର୍ବରୁ ପ୍ରେମିକାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର ସମ୍ମତି ଦେଇଥିଲେ ମଧ୍ୟ ବିଧାୟକ ହେବା ପରେ ଏଥିରୁ ଓହରି ଆସିଥିଲେ ଏପରିକି ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ଅଧିକାରୀଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ । ୯୦ ଦିନର ସମୟସୀମା ଅତିବାହିତ ହୋଇଥିଲେ ମଧ୍ୟ ବିବାହ ହୋଇପାରି ନଥିଲା । ବିଧାୟକଙ୍କ ସହ ପ୍ରେମ ସମ୍ପର୍କ ବିଗିଡ଼ିବାରୁ ପ୍ରାୟ ବର୍ଷେ ତଳେ ଥାନା ଦ୍ୱାରସ୍ଥ ହୋଇଥିଲେ ପ୍ରେମିକା । ହେଲେ ପୋଲିସ୍‌ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଆଜି କାଲି କହି ଦିନ ଗଡ଼ାଉଥିଲା । କିନ୍ତୁ ଏବେ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୋମାଲିକା ।

Get real time updates directly on you device, subscribe now.