Google Search: ଭୁଲରେ ବି ଗୁଗଲରେ ସର୍ଚ୍ଚ କରନ୍ତୁନି ଏହି ଜିନିଷ, ନଚେତ ସିଧା ଯିବେ ଜେଲ !

Never Search these things: ଗୁଗଲରେ ଭୁଲରେ ବି ସର୍ଚ୍ଚ କରନ୍ତୁନି ଏହି ଜିନିଷ। ଆପଣଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ଆସନ୍ତୁ ଜାଣିବା ଏହାର କାରଣ...

Never Search these things: ଆଜିର ସମୟରେ ଗୁଗଲ୍ ହେଉଛି ଆମର ଷଷ୍ଠ ଇନ୍ଦ୍ରିୟ। ଆମ ଟିଚର, ମ୍ୟାନେଜର, ଫ୍ରେଣ୍ଡ, ଫିଲୋସଫର, ଗାଇଡ ସବୁକିଛି। ପ୍ରଥମେ ଲୋକେ ଯେଉଁ କଥା ପାଇଁ ଲାଇବ୍ରେରୀରେ ଘଣ୍ଟା ଘଣ୍ଟା ସମୟ ନେଉଥିଲେ, ସେହି ସବୁ ବିଷୟରେ ବର୍ତ୍ତମାନ ଗୁଗଲ୍‌ରେ ସହଜ ଜାଣିପାରୁଛନ୍ତି।

ହେଲେ ଗୁଗଲରେ ଭୁଲରେ ବି ସର୍ଚ୍ଚ କରନ୍ତୁନି ଏହି ଜିନିଷ। ଆପଣଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ଏପରିକି ଜେଲ ବି ଯିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଏହାର କାରଣ…

ଅଫିସରେ, କ୍ଲାସରେ, ବିଛଣାରେ, ବାଥରୁମରେ କେଉଁଠି ବି ହେଉନାଁ କାହିଁକି ପାଖରେ ଫୋନ ଥିଲେ, ଗୁଗଲ ସବୁବେଳେ ଆମ ପାଖରେ ଥାଏ। ଯେଉଁଠି ଚାହିଁଲେ ସେଇଠି ଗୁଗଲ କରି ସବୁ ପ୍ରଶ୍ନ ଉତ୍ତର ଆମେ ପାଇପାରୁଛେ। ତେବେ କିଛି ଜିନିଷ ଏମିତି ଅଛି ଯାହାକୁ ସର୍ଚ୍ଚ କରିବା ଅପରାଧ। ଯଦି ସର୍ଚ୍ଚ କରିବେ, ତେବେ ଅସୁବିଧାରେ ପଡ଼ିପାରନ୍ତି।

ଗର୍ଭପାତ କେମିତି କରାଯାଏ: ପ୍ରଥମ ହେଲା ଗର୍ଭପାତ କେମିତି କରାଯାଏ। ଆଜିର ସମୟରେ ଏହା ହେଉଛି ବହୁତ ସେନସିଟିଭ ଇସ୍ୟୁ।ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ପେଟରେ ଥିବା ଶିଶୁର ଲିଙ୍ଗ ଜାଣିବାକୁ ଚାହାଁନ୍ତି। ଆଉ ଯଦି ଝିଅ ଜଣାପଡ଼େ ତେବେ ଗର୍ଭପାତ କରାନ୍ତି। ଯାହା ବହୁତ ବଡ ଅପରାଧ। ସେଥିପାଇଁ ସମସ୍ତେ ଗୁଗଲରେ ଏହାକୁ ସର୍ଚ୍ଚ କରନ୍ତି। ମାତ୍ର ଆପଣଙ୍କୁ ଏସଂକ୍ରାନ୍ତରେ ସବିଶେଶ ତଥ୍ୟ ଗୁଗଲରେ ମିଳିବ ନାହିଁ।

ପ୍ରେସରକୁକୁର ବୋମା ପ୍ଲସ୍ ବ୍ୟାକପ୍ୟାକ:ଏହାପରେ ଆସିବ ପ୍ରେସରକୁକୁର ବୋମା ପ୍ଲସ୍ ବ୍ୟାକପ୍ୟାକ। ୨୦୧୩ରେ ଜଣେ ବ୍ୟକ୍ତି ପ୍ରେସରକୁକର ବୋମା ସହିତ ବ୍ୟାକପ୍ୟାକ ଏକାସାଙ୍ଗରେ ସର୍ଚ୍ଚ କରିଥିଲେ। ଏହାପଛରେ କିଛି କାରଣ ନଥିଲା। ବାସ୍ ନିଜ ଇଚ୍ଛା ପାଇଁ ସେ ଏମିତି ସର୍ଚ୍ଚ କରିଥିଲେ। ହେଲେ ତାଙ୍କର ଏହି ଇଚ୍ଛା ଦୁଆରମୁହଁରେ ପୋଲିସ ଆଣି ଛିଡା କରିଦେଲା। ପୋଲିସକୁ ଲାଗିଲା ଏହି ବ୍ୟକ୍ତି ଜଣକ ଟେରୋରିଷ୍ଟ ବୋଲି। କାରଣ ଏମିତି ଜିନିଷକୁ ଲୋକେ କୋଡ ଶବ୍ଦରେ ବ୍ୟବହାର କରନ୍ତି।

ଚାଇଲ୍ଡ ବାର୍ଥ- କିଛି ଲୋକ ଏମିତି ଅଛନ୍ତି ଯିଏ ଗୁଗଲରେ ପିଲା କେମିତି ଜନ୍ମ ହୁଏ ତାକୁ ସର୍ଚ୍ଚ କରନ୍ତି। ଆଉ ଯଦି ଏମିତି ଆପଣ କରନ୍ତି, ତେବେ ପରେ ଭାବିବେ ଯଦି ମୁଁ ସର୍ଚ୍ଚ କରିନଥାନ୍ତି ଭଲ ହୋଇଥାନ୍ତା। କାରଣ ଯେଉଁ ମହିଳା ଗର୍ଭବତୀ ସମୟରେ ଚାଇଲ୍ଡ ବାର୍ଥକୁ ଗୁଗଲ କରନ୍ତି ସେମାନଙ୍କର ମାନସିକ ସ୍ଥିତ ବିଗିଡି ଯାଏ। ଏମିତିକି ସେମାନେ ପ୍ୟାନିକ ବି ହୋଇଯାଆନ୍ତି। ଏହି କଥା ଗବେଷଣାରୁ ଜଣାପଡିଛି। ସେଥିପାଇଁ ଏହି ଜିନିଷ କେବେ ସର୍ଚ୍ଚ କରନ୍ତୁ ନାହିଁ କିମ୍ବା ଗର୍ଭବତୀ ମହିଳାଙ୍କୁ ସର୍ଚ୍ଚ କରିବାକୁ ବି ଦିଅନ୍ତୁ ନାହିଁ।