fbpx

ଶାଶୁକୁ ହତ୍ୟା କରିବାପରେ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇଦେଲା ଜ୍ୱାଇଁ

ମୁମ୍ବାଇ: ମୁମ୍ବାଇର ବିଲେ ପାର୍ଲେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ଜ୍ୱାଇଁ ପ୍ରଥମେ ନିଜ ଶାଶୁକୁ ହତ୍ୟା କରିବା ପରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜ୍ୱାଇଁକୁ ପୋଲିସ୍ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ହେପାଜତକୁ ପଠାଇଛି । ପୋଲିସ୍ ର କହିବାନୁସାରେ, ଅଭିଯୁକ୍ତ ଜଣକ ଶାଶୁଙ୍କ ଉପରେ ଏକ ଟାଇଲ୍ ଦ୍ୱାରା ହମଲା କରିଥିଲା ଏବଂ ଚାକୁ ଦ୍ୱାରା ଆକ୍ରମଣ କରିଥିଲା । ଏହାପରେ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିଲା । ଏକ ପ୍ରକାର କହିବାକୁ ଗଲେ ମହିଳାଙ୍କ ଗୁପ୍ତାଙ୍ଗ ଉପରେ ଆକ୍ରମଣ କରିଥିଲା ।

ସୂଚନା କ୍ରମେ, ବିଲେପାର୍ଲେ ଜଣେ ମହିଳା ନିଜ ଝିଅ ସହିତ ରୁହନ୍ତି । ତିନି ବର୍ଷରୁ ଚେନ୍ ଚୋରି ଘଟଣାରେ ଜେଲରେ ଥିବା ଅଭିଯୁକ୍ତ ସେପ୍ଟେମ୍ବର ୧ ତାରିଖ ଦିନ ବହାରକୁ ବାହାରିଥିଲା । ଜେଲ ରୁ ବାହାରିବା ପରେ ସେ ନିଜ ସ୍ତ୍ରୀକୁ ଭେଟିବାକୁ ଯାଇଥିଲା ଓ ଦେଖିଥିଲା ଯେ, ତା ସ୍ତ୍ରୀ ଆଉ ଜଣେ ବ୍ୟକ୍ତିକୁ ବିବାହ କରିଛି । ଏଥିସହିତ ଗର୍ଭବତୀ ବି ଅଛି ।

ଏହାପରେ ସେ ନିଜ ସ୍ତ୍ରୀକୁ ନୂଆ ସ୍ୱାମୀ ସହିତ ବିବାହ ଭାଙ୍ଗିବାକୁ କହିଥିଲା । ତେବେ ତାରପରଦିନ ଯେତେବେଳେ ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀକୁ ଦେଖାକରିବାକୁ ଯାଇଥିଲା ସେହି ସମୟରେ ସେଠାରେ ତା ସ୍ତ୍ରୀ ନଥିଲା । ତେଣୁ ସେ ଶାଶୁ ଠାରୁ କଥା ଆଦାୟ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ତା ସ୍ତ୍ରୀ କିଛି ବି ସୂଚନା ଦେଇନଥିଲା । ଏହାପରେ ରାଗରେ ଆସି ସେ ନିଜ ଶାଶୁ ଉପରକୁ ଆକ୍ରମଣ କରିଥିଲା । ଏପରି କାଣ୍ଡ ଭିଆଇଥିଲା । ହତ୍ୟା କରିବାର ଗୋଟିଏ ଦିନ ପରେ ପୁଣେରୁ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଥିଲା ।

 

Get real time updates directly on you device, subscribe now.