fbpx

ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,(ଓଡିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି +୨ ପ୍ରଥମ କଟ୍ ଅଫ୍ ମାର୍କ । www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫରେ ମନୋନୀତ ହୋଇଛନ୍ତି । କାଲିଠାରୁ ୨୧ ତାରୀଖ ମଧ୍ୟରେ ନାମଲେଖା ହେବ ।

ତେବେ କଳାର ପ୍ରଥମ କଟ୍ ଅଫରେ ୨ ଲକ୍ଷ ୪୭ ହଜାର ୯୦୭ ଜଣ ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟର ପ୍ରଥମ କଟ୍ ଅଫରେ ୨୪ ହଜାର ୫୬୦ ଜଣ ମନୋନୀତ ହୋଇଛନ୍ତି । ଏହା ସହ ବିଜ୍ଞାନର ପ୍ରଥମ କଟ୍ ଅଫରେ ୧ ଲକ୍ଷ ୭ ଶହ ୩୭ ଜଣ ମନୋନୀତ ହୋଇଛନ୍ତି ।

୧ମ ପର୍ଯ୍ୟାୟ ମେରିଟ ଲିଷ୍ଟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ରହିଛି । ସେହିପରି ବିଜେପିରେ କଳା-୭୮%, ବିଜ୍ଞାନରେ ୯୦.୬୭% ଓ ବାଣିଜ୍ୟରେ ୭୭.୫% କଟ୍ ଅଫ୍ ମାର୍କ ରହିଛି ।

Get real time updates directly on you device, subscribe now.