fbpx
BSKY SKY
BSKY SKY

ଶ୍ରମିକଙ୍କ ପୁଅ ହେଲେ ଜଜ୍, ପରିବା ବିକିବା ସହ ଜାରି ରଖିଥିଲେ ପାଠପଢ଼ା

BSKY

ଆଜି ଶ୍ରମିକ ଦିବସ । ଆଉ ଆଜି ଶ୍ରମିକ ଦିବସରେ ଏକ ପ୍ରେରଣାଦାୟୀ ଖବର ଏହାଠାରୁ କ’ଣ ହୋଇପାରେ ଯେ ଜଣେ ଶ୍ରମିକଙ୍କ ପୁଅ ଜଜ୍ ହୋଇଛନ୍ତି । ତାହା ପୁଣି ଟପ୍ ରାଙ୍କରେ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏମପିଏଚସି ସିଭିଲ ଜଜ ଏକ୍ଜାମ ୨୦୨୨ର ରେଜଲ୍ଟ ।

ଶିବାକାନ୍ତ କୁଶବାହା ଓବିସି ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ମଧ୍ୟପ୍ରଦେଶ ସିଭିଲ ଜଜ୍ ପରୀକ୍ଷାରେ ଶିବକାନ୍ତ କୁଶବାହା ଓବିସି ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ନିକଟରେ ପରୀକ୍ଷାର ରେଜଲ୍ଟ ଜାରି ହୋଇଛି । ତେବେ ଏହା ତାଙ୍କ ପାଇଁ ସହଜ ନଥିଲା କାରଣ ପୂର୍ବରୁ ୪ ଥର ଅସଫଳ ହେବାକୁ ପଡ଼ିଥିଲା ତଥାପି ସେ ହାର ମାନିନଥିଲେ । ପଞ୍ଚମ ଥର ପରୀକ୍ଷାରେ ପାସ୍ ହୋଇ ଜଜ ବନିଛନ୍ତିି ।

ଶିବକାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ୍ ଦୁର୍ବଳ, ବାପା କୁଞ୍ଜୀ ଲାଲ କୁଶବାହା ଜଣେ ଶ୍ରମିକ ସେଥିରେ ସେ ପରିବାର ପ୍ରତିପୋଷଣ କରୁଛନ୍ତି । ଶିବକାନ୍ତ ନିଜେ ମଧ୍ୟ ପରିବା ବିକ୍ରି କରୁଥିଲେ । କ୍ୟାନ୍ସର ଯୋଗୁଁ ତାଙ୍କ ମା’ଙ୍କ ର ୨୦୧୩ରେ ମୃତ୍ୟୁ ହୋଇଥିଲା ।

ଶିବକାନ୍ତ ସ୍କୁଲ ସମୟରୁ ହିଁ ଜଣେ ମେଧାବୀ ଛାତ୍ର ଭାବରେ ରହିଆସିୁଛନ୍ତି । ରୀବାରେ ଠାକୁର ରଣମତ ସିଂହ ମହାବିଦ୍ୟାଳୟ ରୁ ଲ ରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ କୋର୍ଟ ପ୍ରାକ୍ୟିସ ଆରମ୍ଭ କରିଥିଲେ । ଏହା ସହ ସିଭିଲ ଜଜ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ । ଏବଂ ଶେଷରେ ପଞ୍ଚମ ଥର ଚେଷ୍ଟାରେ ସଫଳ ହୋଇଥିଲେ ଶିବକାନ୍ତ । ଶିବକାନ୍ତଙ୍କ ପତ୍ନୀ ଜଣେ ବେସରକାରୀ ସ୍କୁଲରେ ଶିକ୍ଷକ ଭାବରେ କାମ କରନ୍ତି । ଶିବକାନ୍ତ କୁହନ୍ତି ତାଙ୍କ ପତ୍ନୀ ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବହୁତ୍ ସହଯୋଗ କରିଥାନ୍ତି ।

Get real time updates directly on you device, subscribe now.