fbpx

ମା-ବାପାଙ୍କୁ ହଇରାଣ କରିବା ପୁଅକୁ ପଡିଲା ମହଙ୍ଗା, କୋର୍ଟଙ୍କ ଆଦେଶ- ତୁରନ୍ତ ଫ୍ଲାଟ୍ ଖାଲି କର

ମୁମ୍ବାଇ: ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀକୁ ବୃଦ୍ଧ ବାପା-ମାଆଙ୍କ ଘରକୁ ଏକ ମାସ ଭିତରେ ଖାଲି କରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ବ୍ୟକ୍ତି ନିଜ ବାପାଙ୍କ ଗୋଟିଏ ବୋଲି ପୁଅ ହୋଇଥିବା ବେଳେ ସେମାନଙ୍କୁ ଖୁବ୍ ହଇରାଣ କରୁଥିଲା ଓ ଘର ଖାଲି ବି କରୁନଥିଲା । ପୁଅର ଅତ୍ୟାଚାରରେ ବୃଦ୍ଧ ବାପା-ମାଆ ଖୁବ୍ ଦୁଃଖରେ ଦିନ କାଟୁଥିଲେ । ଏଭଳି କିଛି ଆଦେଶ ଦେଇଛନ୍ତି ମୁମ୍ବାଇ ହାଇକୋର୍ଟ । ଉକ୍ତ ବୃଦ୍ଧ ବାପା-ମାଆଙ୍କ ଫ୍ଲାଟ୍ ଖାଲି କରିବାକୁ ଆଦେଶ ଦିଆଯାଇଛି । ୯୦ ବର୍ଷିୟ ବାପା ଓ ୮୯ ବର୍ଷୀୟା ମାଆଙ୍କ ଏକମାତ୍ର ପୁଅ ଓ ତାଙ୍କ ପତ୍ନୀ ମିଶି ଖୁବ୍ ହଇରାଣ କରୁଥିଲେ । କିନ୍ତୁ ଉକ୍ତ ଫ୍ଲାଟ୍ ର ମାଲିକାନା ବୃଦ୍ଧ ବାପା-ମାଆଙ୍କ ପାଖରେ ଥିଲା ।

ଫ୍ଲାଟ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ହାଇକୋର୍ଟ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ବାପା-ମାଆଙ୍କୁ ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ତଥା ନିଜ ପୁଅ ଓ ବୋହୂଙ୍କ ଦ୍ୱାରା ନିର୍ୟାତନାରୁ ରକ୍ଷା ପାଇବା ପାଇଁ କୋର୍ଟର ସାହାରା ନେବାକୁ ପଡ଼ୁଛି । ଅଦାଲତ ଦର୍ଶାଇଛନ୍ତି ଯେ, ଏହା ଏପରି ଏକ ମାମଲା ଯେଉଁଠାରେ ବୃଦ୍ଧ ପିତାମାତା ଏକମାତ୍ର ପୁଅଙ୍କ ଦ୍ୱାରା କଷ୍ଟ ଭୋଗୁଛନ୍ତି ଓ ଆଉ ଏଠାରେ ଏପରି ଲାଗୁଛି, “ଝିଅ ସବୁଦିନ ପାଇଁ କିନ୍ତୁ ପୁଅ ସେପର୍ଯ୍ୟନ୍ତ ନିଜର ଯେ ପର୍ଯ୍ୟନ୍ତ ତାର ବିବାହ ହୋଇନାହିଁ” ।

ଜଜ୍ କହିଛନ୍ତି ଯେ, ବରିଷ୍ଠ ନାଗରିକ ଅଧିନିୟମରେ ଏକ ବ୍ୟବସ୍ଥା ରହିଛି ଯେ, ବୟସ୍କ ନାଗରିକଙ୍କ ପିଲା କିମ୍ବା ସମ୍ପର୍କୀୟମାନେ ନିଶ୍ଚିତ କରିବା ଉଚିତ୍ ଯେ ବୃଦ୍ଧମାନେ ନିର୍ୟ୍ୟାତନା ତଥା ଚିନ୍ତାରୁ ମୁକ୍ତ ଜୀବନଯାପନ କରିପାରିବେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ମାମଲା ଅତ୍ୟନ୍ତ ଦୁଃଖଦାୟକ, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପିତାମାତାଙ୍କୁ ବୃଦ୍ଧାବସ୍ଥାରେ ସାଧାରଣ ଜୀବନଯାପନ କରିବାକୁ ବାରଣ କରୁଛନ୍ତି ।

 

Get real time updates directly on you device, subscribe now.