fbpx

କାଜଲଙ୍କ ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତିନି ପୁଅ ୟୁଗ, ଜାଣନ୍ତୁ କାରଣ

Advertisement

ମୁମ୍ବାଇ: ସାଧାରଣତଃ ଲୋକେ ବୁଲିବା, ଖାଇବା ଏବଂ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । ଆଉ ଅନେକ ଲୋକ ନିଜ ମନ ପସନ୍ଦର ହିରୋ-ହିରୋଇନଙ୍କ ଫିଲ୍ମ ଦେଖିବାକୁ ଅନେଇ ବସିଥାନ୍ତି ତାହା କେବେ ଆସିବ । କିନ୍ତୁ ଅଭିନେତ୍ରୀ କାଜଲଙ୍କ ଫିଲ୍ମ ତାଙ୍କ ପୁଅ ୟୁଗ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହାର କାରଣ ଆପଣ ଜାଣିଛନ୍ତି କି? ଯଦି
ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା।

କାଜଲ ପ୍ରଥମ କରି ୧୯୯୨ ମସିହାରେ ମନୋରଞ୍ଜନ ଦୁନିଆରେ ପାଦ ରଖିଥିଲେ। ଗତ ୩୦ ବର୍ଷ ଭିତରେ କାଜଲ ଅନେକ ଗୁଡିଏ ଫିଲ୍ମ କରିଛନ୍ତି। କାହିଁ କେତେ ହିଟ୍ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଆଉ ଆଜି ମଧ୍ୟ ସେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇରହିଛନ୍ତି । ସବୁଠାରୁ ବଡ କଥା ହେଉଛି କି ସାରା ଦୁନିଆ ଏହି ହିରୋଇନଙ୍କର ଫ୍ୟାନ ଆଉ ଯେଉଁମାନେ ଆଜିବି ଠିକ ସେହି ଭଳି ଭଲ ପାଉଛନ୍ତି, କିନ୍ତୁ କାଜଲଙ୍କର ନିଜ ପୁଅ ୟୁଗ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

କାଜଲ ଥରେ ଏକ ଇଣ୍ଟରଭିୟୁରେ ଏହି ସତ କଥାକୁ କହିଥିଲେ। କାଜଲ କହିଥିଲେ ଯେ, ମୁଁ ବହୁତ ସମୟରେ ଫିଲ୍ମରେ କାନ୍ଦିବାର ସିନ୍ ଥାଏ ଯେଉଁଟାକି ମୋ ପୁଅକୁ ଭଲ ଲାଗିନଥାଏ, ତାକୁ ବହୁ କଷ୍ଟ ହୋଇଥାଏ । ଏହି କାନ୍ଦିବା କାରଣ ଯୋଗୁଁ ତାଙ୍କ ପୁଅ ଫିଲ୍ମ ଦେଖେନି । କିନ୍ତୁ ପୁଅ ସବୁବେଳେ ଚାହେଁ କି ତାର ମା,ବାପା ଅଜୟ ଦେବଗନଙ୍କ ସହ
ଫିଲ୍ମ କରନ୍ତୁ ବୋଲି ।

Get real time updates directly on you device, subscribe now.