fbpx

କଂଗ୍ରେସରୁ ବିଜେପି ଯାଇ ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ

Advertisement

ଓଡ଼ିଶା ଭାସ୍କର: କଂଗ୍ରେସରୁ ବିଜେପି ଯାଇ ପୁଣି କଂଗ୍ରେସକୁ ଫେରିଲେ ସୋନାଲି ସାହୁ। ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସୋନାଲି ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।

ସୂଚନା ଥାଉକି, ସୋନାଲି କଂଗ୍ରେସର ଜଣେ ଆଗ ଧାଡ଼ିର ନେତ୍ରୀ ଥିଲେ। ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ଏହାପରେ ସେ ବିଜେପିର ମୁଖପାତ୍ର ଭାବେ ଦଳର ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ହଠାତ ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଦଳର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ହେଲେ ଇସ୍ତଫାର କିଛି ସମୟ ପରେ ପୁଣି ସେ କଂଗ୍ରେସକୁ ଫେରିଯାଇଛନ୍ତି।

ଉଲ୍ଲେଖ ଥାଉକି, ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଥିଲେ, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ୟ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ୟ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ୟ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ଶ୍ରୀମତି ସାହୁ ନିଜ ଇସ୍ତଫାପତ୍ରରେ ଲେଖିଥିଲେ।

Get real time updates directly on you device, subscribe now.