fbpx
BJD
BJD SKY
BJD SKY

‘ଭାଗ୍ ମିଲ୍ଖା ଭାଗ୍’ ପାଇଁ ସୋନମ୍ ନେଇଥିଲେ ୧୧ଟଙ୍କା ଫିସ୍, ଫିଲ୍ମ ନିର୍ମାତା ଓମପ୍ରକାଶ କଲେ ଖୁଲାସା

BJD

ନୂଆଦିଲ୍ଲୀ: ବଲିଉଡରେ ଏପରି ଅନେକ ଫିଲ୍ମ ତିଆରି ହୁଏ ଯାହା ବକ୍ସ ଅଫିସ୍ ରେ ଧମାଲ୍ କରେ । ଅନ୍ୟପଟେ କିଛି ଫିଲ୍ମକୁ ନେଇ ସେଲେବ୍ ମାନେ ସ୍କ୍ରିପ୍ଟ ଦେଖୁ ଦେଖୁ ମୁହଁ ବୁଲାଇ ନିଅନ୍ତି । ହେଲେ କିଛି ସେଲେବ୍ ଏମିତି ବି ଅଛନ୍ତି ଯେଉଁ ମାନେ କମ୍ ଫିସ୍ ମିଳିଲେ ବି ଫିଲ୍ମ କରିବାକୁ ରାଜି ହୋଇଯାଆନ୍ତି । ତେବେ ଏମିତି ଜଣେ ସେଲେବ୍ ସମ୍ପର୍କରେ ଫିଲ୍ମ ମେକର୍ ରାକେଶ ଓମପ୍ରକାଶ ମେହେରା ନିଜ ବହିରେ ଉଲ୍ଲେଖ କରିଛନ୍ତି ।

ରାକେଶ ଓମପ୍ରକାଶ ମେହେରା ନିଜ ଅଟୋବାୟୋଗ୍ରାଫୀ “ଦ ଷ୍ଟ୍ରେଞ୍ଜର୍ ଇନ୍ ଦ ମିରର୍” ରେ ଫିଲ୍ମ “ଭାଗ୍ ମିଲ୍ଖା ଭାଗ୍” ସୋନମ୍ କପୁରଙ୍କ ଫିସ୍ ବାବଦରେ ଉଲ୍ଲେଖ କରିଛନ୍ତି । ତେବେ ଏଥିରେ ସୋନମ୍ କପୁରଙ୍କ ଭୂମିକା ବେଶି ନଥିଲା କିନ୍ତୁ ତାଙ୍କ ସେହି ଅଳ୍ପ ସମୟର ଭୂମିକା ବେଶ୍ ଆକର୍ଷଣୀୟ ରହିଥିଲା । ଓମପ୍ରକାଶ ବହିରେ ଲେଖିଛନ୍ତି ଯେ, ସୋନମ୍ କପୁର ଫିଲ୍ମରେ ବୀରୋ ଭୂମିକା ନିଭେଇବାକୁ ରାଜି ହୋଇଯାଇଥିଲେ । ଏଥିପାଇଁ ସେ ମାତ୍ର ୧୧ ଟଙ୍କା ଫିସ୍ ନେଇଥିଲେ । ବହିରେ ସେ କହିଛନ୍ତି ଯେ, ସୋନମ୍ ଯେତେବେଳେ ବି କ୍ୟାମେରା ସାମନାକୁ ଆସୁଥିଲେ ନିଜର ଏକ ସ୍ୱତନ୍ତ୍ର ଏକ ଛାପ ଛାଡ଼ିଯାଉଥିଲେ । ଲିଡିଂ ଅଭିନେତ୍ରୀ ମାନେ ଏଭଳି ଭୂମିକା ନିଭେଇପାରନ୍ତି ନାହିଁ । ଏଥିସହ ସେ ସୋନମଙ୍କର ଖୁବ୍ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ, ନିକଟରେ ଓମପ୍ରକାଶଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ତୁଫାନ୍ ରିଲିଜ୍ ହୋଇଛି । ଯାହାକୁ ଦର୍ଶକଙ୍କ ପ୍ରତିକ୍ରିୟା ଖୁବ୍ ଭଲ ମିଳିଛି । ଏଥିରେ ଫରହାନ୍ ଅଖତର୍ ଏବଂ ମୃଣାଳ ଠାକୁର ନଜର ଆସିଛନ୍ତି । ଏହା ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ ହୋଇଥିଲା ।

Get real time updates directly on you device, subscribe now.