fbpx

ହ୍ୟାକର କଦାପି ଚୋରି କରିପାରିବ ନାହିଁ ଆପଣଙ୍କର ଅନଲାଇନ୍ ତଥ୍ୟ, ଏହି ୪ଟି କଥାକୁ ସର୍ବଦା ଧ୍ୟାନ ରଖନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଯେତିକି ଯେତିକି ଆଗକୁ ବଢ଼ୁଛି, ସେହି ମାତ୍ରାରେ ଠକାମି ମଧ୍ୟ ବଢ଼ିଚାଲିଛି । ସାଧାରଣ ଲୋକଙ୍କର ଅନଲାଇନ ଉପରେ ଜ୍ଞାନର ଅଭାବ ହିଁ ଏହି ଠକାମି ପଛର ଅସଲ କାରଣ । ଯଦି ଲୋକମାନେ ଅନଲାଇନ୍ ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ସହ ସଚେତନ ହୋଇପାରିବେ, ତେବେ ସାଇବର ଠକ ଦାଉରୁ ରକ୍ଷା ପାଇ ପାରିବେ । ସାଧାରଣତଃ ହ୍ୟାକରମାନେ ସାଧାରଣ ଲୋକଙ୍କୁ ଇ-ମେଲ, ମୋବାଇଲ ନମ୍ବର, ବ୍ୟାଙ୍କ ଡାଟା ମାଧ୍ୟମରେ ଫସାଇଥାନ୍ତି । ଜଣାପଡ଼ିଛି ଯେ, ବର୍ତ୍ତମାନ ହ୍ୟାକରମାନେ ପ୍ରାୟ ୩୬ ପ୍ରତିଶତ ଭାରତୀୟଙ୍କୁ ଅଲଗା ଅଲଗା ଉପାୟରେ ଚୁନା ଲଗାଇ ସାରିଲେଣି । ତେବେ ଏହି ଠକାମିରୁ ବର୍ତ୍ତିବା ପାଇଁ ସାଇବର ଅଫିସିଆଲ୍ ତରଫରୁ କିଛି ଗାଇଡ୍ ଲାଇନ୍ ଜାରି କରାଯାଇଛି ।

୧- ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର କରିବା ସମୟରେ ଆପଣମାନେ ସର୍ବଦା ନିଜର ବ୍ୟକ୍ତିଗତ ମୋବାଇଲ ଓ ଲାପଟପ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ଠକମାନେ ଆପଣଙ୍କ ପାଖରେ ସହଜରେ ପହଞ୍ଚି ପାରିନଥାନ୍ତି ।

୨- ଅନଲାଇନର ଯେ କୌଣସି ଫର୍ମପୂରଣ କରିବା ପୂର୍ବରୁ ଆପଣ ସବିଶେଷ ତଥ୍ୟ ହାସଲ କରନ୍ତୁ । ପର୍ସନାଲ ଇନଫରମେସନ ଥିବା ଫର୍ମକୁ ଭଲଭାବରେ ଚେକ୍ କରନ୍ତୁ ।

୩- ସବୁବେଳେ ନିଜର ବ୍ୟକ୍ତିଗତ ଡିଭାଇସରେ ସୋସିଆଲ ମିଡିଆକୁ ଲଗ୍ ଇନ୍ କରନ୍ତୁ । ଏହାଛଡ଼ା ପ୍ରତ୍ୟେକ ସେସନ ପରେ ଲଗ୍ ଆଉଟ୍ କରିବାକୁ ଭୁଲନ୍ତୁ ନାହିଁ ।

୪- ଆପଣଙ୍କର ସମସ୍ତ ଆକାଉଣ୍ଟରେ ଟ୍ୟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍ କରି ରଖନ୍ତୁ । ନିଜର ଏକ ମଜବୁତ୍ ଓ ୟୁନିକ୍ ପାସୱାଡ୍ କ୍ରିଏଟ୍ କରନ୍ତୁ । ପ୍ରାଇଭେସି ଓ ସେଫ୍ଟିକୁ ଦୃଷ୍ଟିରେ ରଖି ଆପଣଙ୍କ ୱେବସାଇଟକୁ httpsର URL ସହିତ ଖୋଲନ୍ତୁ ।

Get real time updates directly on you device, subscribe now.