fbpx

(Video) ଏଗଜିଟ ପୋଲ ଉପରେ ସୋନିଆ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଆସିଥିବା ଏଗଜିଟ ପୋଲର ଫଳାଫଳା ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ସେ ସୋମବାର ଦିନ କହିଛନ୍ତି ଯେ, ଅପେକ୍ଷା କରିବାକୁ ପଡିବ ।

କଂଗ୍ରେସ ନେତା ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡିବ । ଆମକୁ ପୁରା ବିଶ୍ୱାସ ରହିଛି ଯେ, ଫଳାଫଳ ଏଗଜିଟ ପୋଲର ପୁରା ବୀପରିତ ରହିବ । କହିବାକୁ ଗଲେ ବିରୋଧୀ ମେଣ୍ଟ ଇଣ୍ଡିଆ ଦାବି କରୁଛି ଯେ, ତାଙ୍କୁ ଜନତାଙ୍କ ଏଗଜିଟ ପୋଲରେ ୨୯୫ ମିଳିବାକୁ ଯାଉଛି । ଏଥିରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ପରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କଥା ଦୋହରାଇଛନ୍ତି ।

ମଲ୍ଲିକାର୍ଜୁନ ଖଡଗେ ନିଜ ଆବାସରେ ସାଢେ ୬ ଘଣ୍ଟା ପର୍ଯ୍ୟନ୍ତ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକରେ କହିଥିଲେ ଯେ, ମେଣ୍ଟକୁ ୨୯୫ ସିଟରୁ କମ କିମ୍ବା ଏହାଠାରୁ ଅଧିକ ମିଳିବ । ସେହିଭଳି ରାହୁଲ ଗାନ୍ଧୀ ଏଗଜିଟ ପୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ପୋଲ ବୋଲି କହିଛନ୍ତି । ସେ ସିଙ୍ଗର ସିଦ୍ଧୁ ମୁସେବାଲାଙ୍କ ଗୀତକୁ ଗାଇ ଦାବି କରିଛନ୍ତି ଯେ, ମେଣ୍ଟକୁ ୨୯୫ଟି ସିଟ ମିଳିବାକୁ ଯାଉଛି ।

Get real time updates directly on you device, subscribe now.