(Video) ଯୁଗାଡ ଦେଖି ମୁଣ୍ଡ ଟିଣ! ଇଲେକ୍ଟ୍ରିକ କାର ସାହାଯ୍ୟରେ ତିଆରି କଲେ ଗାଜର ହାଲୁଆ

ନୂଆଦିଲ୍ଲୀ: ଭାରତୀୟଙ୍କ ଯୁଗାଡ ଆଗରେ ସବୁକିଛି ଫିକା । ଅସମ୍ଭବ କାର୍ଯ୍ୟକୁ ଲୋକେ ଏଭଳି କରିବେ ବିଶ୍ବାସ କରିବା ମଧ୍ୟ କଷ୍ଟକର ହୋଇପଡିବ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାର ଟେକନିକ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ । ଇଲେକ୍ଟ୍ରୋନିକ୍ସ କାର୍ ନିର୍ମାତା ବି ଏହାକୁ କେବେ ଭାବିନଥିବେ । ପରିବାର ସଦସ୍ୟ ମିଶି ଇଲେକ୍ଟ୍ରିକ କାରରେ ଗାଜର ହାଲୁଆ ତିଆରି କରୁଥିବା ଦେଖାଯାଇଛି । ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ହରିୟାଣା ସୋନିପେଟରୁ ସାମ୍ନାକୁ ଆସିଛି ଏହି ଘଟଣା ।

ଭିଡିଓରେ ଦେଖାଯାଇଛି ଯେ, ପରିବାର ଲୋକେ ମିଶି ଇଲେକ୍ଟ୍ରୋନିକ୍ସ କାରରେ ଗାଜର ହାଲୁଆ ତିଆରି କରୁଛନ୍ତି । ତାହା ପୁଣି ଘରର ପ୍ରାଙ୍ଗଣରେ ମିଶି । ବିଜୁଳି ବିଲ ବଞ୍ଚାଇବା ପାଇଁ ଇଲେକ୍ଚ୍ରୋନିକ୍ସ କାରର ସାହାଯ୍ୟ ନେଉଥିବା ଦେଖାଯାଇଛି । ଏହି ଟେକନିକ ସମସ୍ତଙ୍କର ଚିନ୍ତାର କାରଣ ସାଜିଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 5 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ୟୁଜର୍ସମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅନେକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାର ନିର୍ମାତା ମଧ୍ୟ କାରକୁ ନେଇ ଏଭଳି ଯୁଗାଡ କଥା କେବେ ଭାବି ନଥିଲେ । ଅନ୍ୟ କିଛି ୟୁଜର୍ସ ଏହାକୁ ସାନଦାର ଟେକନିକ ବୋଲି କହିଛନ୍ତି । ବିଜୁଳି ପରିବର୍ତ୍ତେ ଏଭଳି ଯୁଗାଡକକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।