fbpx

IAS ଆଶାୟୀଙ୍କ ପାଇଁ ଭଲ ଖବର, ସୋନୁ ଯୋଗାଇବେ ମାଗଣା କୋଚିଂ; ଜାଣନ୍ତୁ କିପରି କରିବେ ଆବେଦନ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ରିଲ୍ ଲାଇଫ୍ ରୁ ରିୟଲ୍ ଲାଇଫ୍ ବନି ଯାଇଛନ୍ତି । ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବୃତ୍ତି ଦେବା କ୍ଷେତ୍ରରେ ମଧ୍ୟ ଲୋକଙ୍କୁ ଅନେକ ସାହାଯ୍ୟ କରିଆସିଛନ୍ତି । ଆଉ ତାଙ୍କର ଏହି ଅଭିଯାନ ଏବେ ପର୍ଯ୍ୟନ୍ତ ଜାରି ରହିଛି । ତେବେ ଏହି ପରିପ୍ରେକ୍ଷୀରେ ସୋନୁ ସୁଦ କରୋନା ସମୟରେ ଆଇଏଏସ୍ ପାଠ ପଢ଼ିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଯୋଗାଇବାକୁ ଯାଇ ମାଗଣା ଆଇଏଏସ୍ କୋଚିଂର ଘୋଷଣା କରିଛନ୍ତି ।

ସୋନୁ ସୁଦ ଆଇଏଏସ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟଳ କରିବାକୁ ଯାଇ ଏକ ନୁତନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏ କ୍ଷେତ୍ରରେ ସୋନୁସୁଦ୍ ଫାଉଣ୍ଡେସନ୍ ପକ୍ଷରୁ ଲଞ୍ଚ କରାଯାଇଛି ‘ସମ୍ଭାବମ୍’ । ଏହା ଅଧୀନରେ ଆଇଏଏସ୍ ପଢ଼ିବା ପାଇଁ ଚାହୁଁଥିବା ପିଲାମାନେ ମାଗଣାରେ ପାଠ ପଢ଼ିପାରିବେ । ଏନେଇ ସୋନୁ ଟୁଇଟ୍ କରି ସୂଚନା ଦେଇଛନ୍ତି । ଉକ୍ତ ଟୁଇଟ୍ ମୁତାବକ ଏହି ମାଗଣା କୋଚିଂ ପାଇବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନେ ଜୁନ୍ ୩୦ ତାରିଖ ସୁଦ୍ଧା ଆବେଦନ କରିପାରିବେ । ତେବେ ଇଚ୍ଛୁକ ପ୍ରାର୍ଥୀ ମାନେ www.soodcharityfoundation.org ସାଇଟ୍ କୁ ଯାଇ ରେଜିଷ୍ଟ୍ରେସନ୍ କରିପାରିବେ ।

Get real time updates directly on you device, subscribe now.