fbpx

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ କରୋନା: ଦୁଇ ଡୋଜର ଟିକା ନେଇ ସାରିଛନ୍ତି

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି । ଦକ୍ଷିଣ ଆଫ୍ରିକାରୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇ ସମଗ୍ର ବିଶ୍ୱକୁ ଥରହର କରୁଥିବା ବେଳେ ଏହାର ରାଷ୍ଟ୍ରପତି ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି। ହୁଏତ ଏବେ ପଜିଟିଭ ସଂଖ୍ୟା କମିଛି, କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଏହା ଯାଇନାହିଁ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ରବିବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।ଏବେ ସେ ସଂଗରୋଧରେ ରହି ନିଜର ଚିକିତ୍ସା କରୁଛନ୍ତି ।

ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ବିବୃତ୍ତିରେ କୁହାଯାଇଛି ଯେ ରାମାଫୋସଙ୍କ ଟିକାକରଣ ସରିଛି । ଡାକ୍ତରମାନେ ନିରନ୍ତର ନଜର ରଖିଛନ୍ତି । ଗତ ମାସରେ, ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ପରେ ଧୀରେ ଧୀରେ ଏହା ସାରା ବିଶ୍ୱକୁ ବ୍ୟାପିଲା

Get real time updates directly on you device, subscribe now.