fbpx

ସୁପରଷ୍ଟାର ୟଶଙ୍କ ‘KGF-3’କୁ ନେଇ ଆସିଲା ବଡ଼ ଅପଡେଟ୍; ପ୍ରଶଂସକଙ୍କ ମୁଣ୍ଡ ଗୋଲ୍

ମୁମ୍ୱାଇ: ଭାରତୀୟ ସିନେମାରେ ଏମିତି ଅନେକ ଫିଲ୍ମ ଅଛି ଯାହା ଦର୍ଶକଙ୍କୁ ବାନ୍ଧି ରଖିଥାଏ। ପ୍ରଶଂସକମାନେ ସେହିଭଳି ଚଳଚ୍ଚିତ୍ରକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ସେଭଳି ଗୋଟିଏ ଫିଲ୍ମ ହେଉଛି ‘KGF’, ଯାହାର ଦୁଇଟି ପାର୍ଟ ଆସିସାରିଛି। ‘KGF’ର ଦୁଇଟି ଯାକ ପାର୍ଟ ବକ୍ସ ଅଫିସରେ ବହୁତ ଧାମଲ୍ କରିଥିଲା । ଏବେ ପ୍ରଶଂସକମାନେ ଏହାର ପାର୍ଟ ଥ୍ରୀକୁ ଅପେକ୍ଷା କରିଛନ୍ତି ସେମାନଙ୍କୁ ଝଟକା ଲାଗିପାରେ । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏହାର ଥାର୍ଡ ପାର୍ଟକୁ ନେଇ ବଡ ଅପଡେଟ ଦେଇଛନ୍ତି ।

ଫିଲ୍ମ କେଜିଏଫର ଦୁଇଟି ପାର୍ଟର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଉଭୟ ଫିଲ୍ମ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଶାନ୍ତ ବର୍ତ୍ତମାନ ଫିଲ୍ମ ସାଲାର ପାର୍ଟ-୩ ନିର୍ମାଣ କରୁଛନ୍ତି କିନ୍ତୁ କିଛି ଖବର ଆସିଛି ଯେ ଫିଲ୍ମଟି ବନ୍ଦ ରହିଛି, ଯଦିଓ ଏ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ । ଫିଲ୍ମ କେଜିଏଫ ୨ ରିଲିଜ ହେବାର ୨ ବର୍ଷ ବିତିଗଲାଣି ଏବଂ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏ ବିଷୟରେ କୌଣସି ସୂଚନା ପାଇନାହାଁନ୍ତି ।

ଫିଲ୍ମ କେଜିଏଫ୍ ୩ କୁ ନେଇ ପ୍ରଶାନ୍ତ ନୀଲ କହିଛନ୍ତି ଯେ ସେ ବର୍ତ୍ତମାନ ‘ସାଲାର-୨’ ଉପରେ ଫୋକସ୍ ରଖିବାକୁ ଚାହୁଁଛନ୍ତି ଏବଂ ‘କେଜିଏଫ୍’ର ଥାର୍ଡ ପାର୍ଟ ଏବେ ଆସୁନାହିଁ। ଫିଲ୍ମ କେଜିଏଫ୍-୩ କୁ ନେଇ ଯଦି ବର୍ତ୍ତମାନ କୌଣସି ଆଲୋଚନା ହେଉନାହିଁ, ତେବେ ଆଗକୁ କ’ଣ ହେବ ସେ ବିଷୟରେ ଆଗକୁ ଜଣାପଡିବ ।

 

Get real time updates directly on you device, subscribe now.