ASO ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ ଜାରି ରହିଛି । ଚାଲିପାରୁନି ଗୃହ। ଶୂନ୍ୟକାଳରେ ଏଏସ୍‌ଓ ଚାକିରି ବିବୃତି ନେଇ ବିଜେଡିର ହୋହଲ୍ଲା ଓ ନାରାବାଜି ପ‌ରେ ଗୃହକୁ ୪ଟା ଯାଏଁ ବାଚସ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ପ୍ର୍ରଥମେ ମଧ୍ୟ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ ସହ ହୋହଲ୍ଲା ହୋଇଛି । ଗତକାଲି ଏଏସଓ ଚାକିରି ବିକ୍ରି ହୋଇଥିବା ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ । ବାଚସ୍ପତିଙ୍କ ପୋଡିୟମ୍‌ ତଳେ ବିଜେଡିର ହୋହଲ୍ଲା, ନାରାବାଜି ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।