ଭୁବନେଶ୍ୱର: ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ବସ୍ । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।
ଏ ସଂକ୍ରାନ୍ତରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଲେ ସୂଚନା । ୨୮ଟି ଜାଗାରେ ପାର୍କିଂ ବ୍ୟବସ୍ଥା କରିଛି ସ୍ଥାନୀୟ ପ୍ରଶାସନ ।
୨୦୦ରୁ ଅଧିକ ଅଟୋ ମାଗଣା ସେବା ଯୋଗାଇବେ । ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ଘରୋଇ ବସ୍ ଚଢ଼ା ଦର କଲେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।