fbpx

ପାକିସ୍ତାନ ମେଡିକାଲ୍ କଲେଜରେ ଭାଲେଣ୍ଟାଇନ୍ ଡେ ପାଇଁ ସ୍ପେଶାଲ୍ ଡ୍ରେସ୍ କୋଡ୍, ଜାରି ହୋଇଛି ଗାଇଡଲାଇନ୍

ଇସଲାମାବାଦ୍: ଆଜି ସମଗ୍ର ବିଶ୍ୱ ପାଳନ କରୁଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ । ଏହା ଭିତରେ ପାକିସ୍ତାନର ଏକ ମେଡିକାଲ୍ କଲେଜ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଏହି ଗାଇଡଲାଇନ୍ ରେ କିଛି ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଯାହାକୁ ମାନିବାକୁ କଲେଜ୍ ଛାତ୍ରଛାତ୍ରୀ ବାଧ୍ୟ । ନିୟମାନୁସାରେ, ଝିଅ ମାନେ ହିଜାବ ପିନ୍ଧିବେ ଓ ପୁଅ ମାନେ ଝିଅଙ୍କ ଠାରୁ ଦୁଇ ମିଟର୍ ଦୂରତା ରକ୍ଷା କରିବେ । ଖାଲି ସେତିକି ନୁହେଁ ନମାଜୀ କ୍ୟାପ୍ ବା ଧଳା ଟୋପି ପିନ୍ଧିବାକୁ ବି କୁହାଯାଇଛି ।

ଫ୍ରାଇଡ୍ ଟାଇମ୍ସର ଏକ ଖବର ମୁତାବକ, ଇସଲାମାବାଦ୍ ଇଣ୍ଟରନ୍ୟାସନାଲ୍ ମେଡିକାଲ୍ କଲେଜ୍ ରେ ଶନିବାର ଦିନ ଏକ ପରିଚୟ ପତ୍ର ଜାରି କରାଯାଇଛି । ଭାଲେଣ୍ଟାଇନ୍ ଡେ’ରେ ଯେପରି କୌଣସି ପ୍ରକାର ଖରାପ କାମ ନକରିବେ ସେହି ଦିଗକୁ ଧ୍ୟାନ ଦେଇ ଏହି ନିୟମ ଜାରି ହୋଇଛି । ଏହା ଅନୁଯାୟୀ ସମସ୍ତ ଝିଅ ବିଶ୍ୱବିଦ୍ୟାଳୟ ଡ୍ରେସ୍ କୋଡ୍ ରେ ଆସିବେ ଓ ମୁହଁ, ବେକ ଓ ଛାତିକୁ ଭଲ ଭାବରେ ଢ଼ାଙ୍କି କଲେଜ୍ ଆସିବେ । ଏଥିସହିତ ପୁଅ ମାନେ ନମାଜ ବେଳେ ପିନ୍ଧା ଯାଉଥିବା ଧଳା ଟୋପି ପିନ୍ଧିବେ । ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.