fbpx

Two-Wheeler ପାଇଁ ସ୍ପେଶାଲ ରାସ୍ତା: ଏଥର କମିବ Road Accident, ସରକାର କରୁଛନ୍ତି ବଡ଼ ପ୍ଲାନ୍

Advertisement

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି Two-Wheeler ବାଇକ୍ ଦୁର୍ଘଟଣା ମାମଲା ଖୁବ ଦେଖାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ସଡ଼କ ଏବଂ ପରିବହନ ମନ୍ତ୍ରାଳୟ(Road Transport Ministry)  ଦୁଇଚକିଆ ଯାନ ଏବଂ ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଲେନ୍ ପ୍ରସ୍ତୁତ କରିବାକୁ ଯାଉଛି । ସହରିଆ ସଡ଼କ ଏବଂ ହାଇୱେରେ ଦୁଇଚକିଆ ଯାନ ଏବଂ ପଦଚଲା ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା, ଅଣ୍ଡରପାସ୍ ଏବଂ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି । ଏହାଦ୍ୱାରା ସଡ଼କ ଦୁର୍ଘଟଣା ମାମଲା ଖୁବ ହ୍ରାସ ପାଇବ ବୋଲି ଅ।ଶା କରାଯାଉଛି ।

ସଡ଼କ ଏବଂ ପରିବହନ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାସ୍ତାରେ ସମସ୍ତ ପ୍ରକାର ଏକାସାଙ୍ଗରେ ଗଡ଼ିବା ଫଳରେ ଦୁର୍ଘଟଣା ମାମଲା ବୃଦ୍ଧି ପାଉଛି । ତେଣୁ ଗାଡ଼ିର ପ୍ରକାର ଅନୁସାରେ, ସେମାନଙ୍କୁ ଭିନ୍ନ ଭିନ୍ନ ରାସ୍ତାରେ ଯିବାକୁ ସୁଯୋଗ ମିଳିଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ରିପୋର୍ଟ ଅନୁସାରେ, ଦୁର୍ଘଟଣାର ୪୪% ମାମଲା ଏବଂ ମୃତ୍ୟୁ ଦୁଇ ଚକିଆ ଯାନ ଯୋଗୁଁ ହେଉଛି । ସେହିପରି ପ୍ରାୟ ୧୭% ସଡ଼କ ଦୁର୍ଘଟଣାରେ ପଦଚଲା ଯାତ୍ରୀ ସାମିଲ ଥିବା ବେଳେ ମୃତ୍ୟୁ ସଂଖ୍ୟାର ୧୯% ପାଦଚଲା ଯାତ୍ରୀ ରହିଛନ୍ତି । ତେଣୁ ପାଦଚଲା ଯାତ୍ରୀ, ସାଇକେଲ ଚାଳକ ଏବଂ ଦୁଇଚକିଆ ଗାଡ଼ି ଚାଳକ ସର୍ବାଧିକ ସଡ଼କ ଦୁର୍ଘଟଣା ମାମଲାର ଶିକାର ହୋଇଥାନ୍ତି । ରାସ୍ତାରେ ଏମାନଙ୍କ ସୁରକ୍ଷା ଖୁବ କମ୍ ହୋଇଥାଏ । ତେବେ ଏହି ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସଡ଼କ ଏବଂ ପରିବହନ ମନ୍ତ୍ରାଳୟ ଏକ ପରାମର୍ଶ ଜାରି କରିଛି ।

ସଡ଼କ ଦୁର୍ଘଟଣାରେ ସର୍ବାଧିକ ମୃତ୍ୟୁ ମାମଲାକୁ ନେଇ ହୋଇଥିବା ତାଲିକାରେ ଭାରତ ମଧ୍ୟ ସାମିଲ ରହିଛି । ସଡ଼କ ଏବଂ ପରିବହନ ମନ୍ତ୍ରାଳୟର ‘ଭାରତରେ ସଡ଼କ ଦୁର୍ଘଟଣା-୨୦୨୨’ ରିପୋର୍ଟ ଅନୁସାରେ, ୨୦୨୨ ମସିହାରେ ମୋଟ ୪,୬୧,୩୧୨ ସଡ଼କ ଦୁର୍ଘଟଣା ମାମଲା ଘଟିଛି । ଏଥିରେ ୧,୬୮,୪୯୧ ଜଣ ପ୍ରାଣ ହରାଇଥିବା ବେଳେ ୪,୪୩,୩୬୬ ଜଣ ଆହତ ହୋଇଛନ୍ତି । ୨୦୧୨ ମସିହାରେ ସଡ଼କ ଦୁର୍ଘଟଣାର ଗମ୍ଭୀରତା ୨୮.୨% ଥିବା ବେଳେ ୨୦୨୨ ମସିହାରେ ଏହା ୩୬.୫%କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.