fbpx

ଅଗଷ୍ଟ ୩୧ ଯାଏଁ ସ୍ପେଶାଲ ସ୍କୁଲ ବନ୍ଦ

ଭୁବନେଶ୍ୱର,୧୮ ।୭(ଓଡିଶା ଭାସ୍କର): କରୋନା ମହାମାରୀ ଏବେ ଅଧିକ ଘନୀଭୁତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ସବୁ ସ୍ପୋଶାଲ ସ୍କୁଲ ଅଗଷ୍ଟ ୩୧ ଯାଏଁ ବନ୍ଦ କରାଯାଇଛି । ବନ୍ଦ ନିଷ୍ପତ୍ତି ନେଇଛି ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ବିଭାଗ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍ପେଶାଲ ସ୍କୁଲ ବନ୍ଦ ହୋଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଉ ମାସେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ୨୩ଟି ଜିଲ୍ଲାରେ ୧୦୩ଟି ସ୍ପେଶାଲ ସ୍କୁଲ ଅଛି । ପୂର୍ବରୁ ଜୁଲାଇ ୩୧ ଯାଏଁ ସ୍ପେଶାଲ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.