fbpx

ପରୀକ୍ଷା ପାଇଁ କାଲି ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ କାଲି ଗଡିବ ସ୍ୱତନ୍ତ୍ର ଟ୍ରେନ୍ । କାଲି ସନ୍ଧ୍ୟା ୫ଟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଟ୍ରେନ୍ ଚାଲିବ । ୬ ତାରିଖରେ ପରୀକ୍ଷା ଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନୁଗୁଳ, ବ୍ରହ୍ମପୁର, ପାରାଦୀପରୁ କଟକକୁ ଟ୍ରେନ୍ ଚାଲିବା ସହ କେନ୍ଦୁଝର, ବାଲେଶ୍ୱରରୁ ବି କଟକକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ରାଉରକେଲା ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ସମ୍ବଲପୁରକୁ ଟ୍ରେନ୍ ମଧ୍ୟ ଗଡିବ । ସେହିପରା ସ୍ୱତନ୍ତ୍ର ଟ୍ରେନ୍ ଇଚ୍ଛାପୁରମରୁ ବିଶାଖାପାଟଣାକୁ ମଧ୍ୟ ଗଡିବ ।

Get real time updates directly on you device, subscribe now.