fbpx

Video; ସ୍କର୍ପିଓ ବନେଟରେ ବସିଥିଲା ‘ସ୍ପାଇଡର୍‌ମ୍ୟାନ୍‌’, ଗିରଫ କଲା ପୋଲିସ, ଏବେ ଗଣିବ ଜରିମାନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସ ସ୍ପାଇଡର୍‌ମ୍ୟାନଙ୍କୁ ଗିରଫ କରିଛି। ଏହି ଘଟଣାଟି ଦିଲ୍ଲୀର ଦ୍ୱାରକାରୁ ଆସିଛି । ପୋଲିସ କହିଛି ଯେ ସ୍ପାଇଡର୍‌ମ୍ୟାନ୍‌ ଡ୍ରେସ୍ ପିନ୍ଧିଥିବା ଜଣେ ବ୍ୟକ୍ତି ସ୍କର୍ପିଓର ବୋନେଟରେ ବସି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିଲେ। ଜଣେ ଏକ୍ସ ୟୁଜର ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ ଫଟୋ ସେୟାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହ ଚାଲାଣ ମଧ୍ୟ କାଟି ଦେଇଥିଲା ।

ଦ୍ୱାରକା ଟ୍ରାଫିକ୍ ପୁଲିସ ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ସହ ମିଶି ଗାଡ଼ିକୁ ଠାବ କରିବା ସହ ଉକ୍ତ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଗିରଫ କରିଛି। ସ୍ପାଇଡର୍ମ୍ୟାନ୍ ପୋଷାକ ପିନ୍ଧିଥିବା ବ୍ୟକ୍ତିଜଣକ ହେଲେ ଆଦିତ୍ୟ (୨୦) ଓ ଡ୍ରାଇଭରଙ୍କ ନାମ ଗୌରବ ସିଂହ (୧୯)। ସୂଚନା ଅନୁଯାୟୀ, ଦ୍ୱାରକା ରାସ୍ତାରେ ସ୍ପାଇଡରମ୍ୟାନ୍ ଭଳି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଦ୍ୱାରକା ରାସ୍ତାରେ ଏକ କାରର ବୋନେଟରେ ଦେଖିବାକୁ ମିଳିବା ପରେ ଦିଲ୍ଲୀ ଟ୍ରାଫିକ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗାଡ଼ି ଚାଳକ ଜଣକ ମହାବୀର ଏନକ୍ଲେଭରେ ରହୁଥିବା ଗୌରବ ସିଂହ (୧୯) ବୋଲି ଜଣାପଡ଼ିଛି। ବିପଜ୍ଜନକ ଭାବେ ଗାଡ଼ି ଚଳାଇବା, ପ୍ରଦୂଷଣ ପ୍ରମାଣପତ୍ର ନ ପିନ୍ଧି ଗାଡ଼ି ଚଳାଉଥିବା ଓ ସିଟ୍ ବେଲ୍ଟ ନ ପିନ୍ଧି ଗାଡ଼ି ମାଲିକ ଓ ଚାଳକଙ୍କ ବିରୋଧରେ ସର୍ବାଧିକ ୫୦୦ଟଙ୍କାରୁ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଜେଲ୍ ଦଣ୍ଡାଦେଶ ହୋଇଛି।

Get real time updates directly on you device, subscribe now.