fbpx

(video): ୬ ଛକା ସାଙ୍ଗକୁ ଗୋଟିଏ ଓଭରରେ କଲେ ୩୯ ରନ, ଅସମ୍ଭବକୁ ସମ୍ଭବ କରିଦେଲେ ଏ ଖେଳାଳି, T-20 ରେ ବନିଲା ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର: ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ଯାଏଁ ଅନ୍ତର୍ଜାତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟରେ ଗୋଟିଏ ଓଭରରେ କେବଳ ୩୬ ରନ ହୋଇପାରିଥିଲା । ମାତ୍ର ଏ ରେକର୍ଡ ଏବେ ଇତିହାସ ହୋଇ ନୂଆ ରେକର୍ଡ ବନି ସାରିଛି । ଏହି ଅଙ୍କ ଏବେ ୩୯ ରନରେ ପାଦ ଦେଇଛି । ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭର ବା ୬ ବଲରେ ୩୯ ରନ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏବେ ଏହା ସମ୍ଭବ ହୋଇ ସାରିଛି ଅସମ୍ଭବ ମନେ ହେଉଥିଲେ ବି । ଜଣେ ଖେଳାଳି ଗୋଟିଏ ଓଭରରେ ୩୯ ରନ କରି କ୍ରିକେଟର ଯୁବରାଜ ସିଂ, କିରଣ ପୋଲାର୍ଡ, ନିକୋଲାସ ପୂରନ, ରୋହିତ ଶର୍ମା ତଥା ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କୁ ବି ମାତ ଦେଇଛନ୍ତି ।

 

View this post on Instagram

 

A post shared by ICC (@icc)

ଏହି କାରନାମା ପୁରୁଷ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଉପ କ୍ଷେତ୍ରୀୟ ପୂର୍ବ ଏସିଆ-ପ୍ରଶାନ୍ତ କ୍ୱାଲିଫାୟର ଏ ୨୦୨୪ ରେ ଦେଖିବାକୁ ମିଳିଛି । ସମୋଆର ବ୍ୟାଟର ଡେରିୟସ ବିସ୍ୱର ଗୋଟିଏ ଓଭରରେ ୬ ଛକା ମାରି ମୋଟ ୩୯ ରନ କରିଥିଲେ । ୧୫ ତମ ଓଭରରେ ସେ ୩୯ ରନ କରି ବିଶ୍ୱ ରେକର୍ଡ କରିଛନ୍ତି । ଡେରିୟସ ୬ ଟି ଛକା ମାରିଥିଲେ ଓ ବାକି ୩ ରନ ନୋ-ବଲରୁ ଆସିଥିଲା । ଫଳରେ ଏହି କାରନାମା ତାଙ୍କ ନାମରେ ନାମିତ ହୋଇଛି । ଓଭରର ପ୍ରଥମ ୩ ଟି ବଲରେ ଦୁର୍ଦ୍ଦଶ ବ୍ୟାଟର ଡେରିୟସ ୱାନୁଅତୁଙ୍କୁ ୩ ଟି ଛକା ମାରିଥିଲେ । ଚତୁର୍ଥ ବଲ ନୋ-ବଲ ପଡିଥିଲା । ପରବର୍ତ୍ତୀ ବଲରେ ପୁଣି ଡେରିୟସ ଗଗନଚୁମ୍ବୀ ଛକା ଲଗାଇଥିଲେ । ଓଭରର ପଞ୍ଚମ ବଲ ଡଟ ରହିଥିଲା । ଶେଷ ବଲ ନୋ ବଲ ଥିଲା ଓ ସେ ଏହାକୁ ୬ ମାରିଥିଲେ । ଫଳରେ ତାଙ୍କୁ ଫ୍ରି-ହିଟ ମିଳିବାରୁ ପୁଣି ଏକ ଛକା ମାରି ସେ ଏହି ଐତିହାସିକ କାରନାମା କରିଛନ୍ତି ।

Get real time updates directly on you device, subscribe now.