fbpx

(video): ଉଧାର ଟଙ୍କା ନେଇ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ, ଏବେ ହୋଇ ସାରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର, ନିଜେ କହିଲେ ତାଙ୍କ ଦୁଃଖ..

ଓଡିଶା ଭାସ୍କର: ରିଙ୍କୁ ସିଂ! ଆଇପିଏଲ ୨୦୨୩ ରେ ଖୁବ ଚର୍ଚ୍ଚା ସାଉଁଟିଥିଲେ । ଟୁର୍ଣ୍ଣାମେଣ୍ଟରେ ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଅନ୍ତିମ ଓଭରରେ ଲଗାତାର ୫ ଟି ଛକା ମାରି ନିଜ ଦଳକୁ ଜିତାଇଥିଲେ ସେହିସମୟର ଏହି ଅପରିଚିତ ଚେହେରା । ଏହାପରେ ହିଁ ବ୍ୟାଟର ରିଙ୍କୁଙ୍କ ଭାଗ୍ୟ ବଦଳିଥିଲା ଓ ଭାରତୀୟ ଦଳର ଦ୍ୱାର ତାଙ୍କ ପାଇଁ ଖୋଲିବାରେ ଲାଗିଲା । ମାତ୍ର ରିଙ୍କୁଙ୍କୁ ଏତେ ଦୂରଯାଏଁ ପହଞ୍ଚିବା ଏତେ ସହଜ ନ ଥିଲା । ତାଙ୍କ ପାଇଁ ଏ ଯାତ୍ରା ଥିଲା ବେଶ କଠିନ, ମାତ୍ର ସେ ହାରିବାକୁ ନାରାଜ ଥିଲେ । ମନରେ ତାଙ୍କର ଗୋଟିଏ ସ୍ୱପ୍ନ ଥିଲା – ଟିମ ଇଣ୍ଡିଆ ପାଇଁ ଖେଳିବେ । ଗରିବ ପରିବାରର ସେଇ ରିଙ୍କୁ ଏବେ ସାଜିଛି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର …

କହିରଖୁ, ରିଙ୍କୁଙ୍କ ବାପା ଖାନଚନ୍ଦ୍ର ଏଲପିଜି ସିଲିଣ୍ଡର ବିକ୍ରି କରିବାର କାମ କରୁଥିଲେ । ତାଙ୍କ ଘରର ଆର୍ଥିକସ୍ଥିତି ବେଶ ଦୁର୍ବଳ ଥିଲା । ତାଙ୍କ ବାପା ତାଙ୍କୁ କ୍ରିକେଟ ଖେଳିବା ପାଇଁ ବିରୋଧ କରୁଥିଲେ । ମାତ୍ର ରିଙ୍କୁ ବାପାଙ୍କଠୁ ଲୁଚିକି ଯାଇ କ୍ରିକେଟ ଖେଳୁଥିଲେ । କିନ୍ତୁ, ରିଙ୍କୁଙ୍କ ମା’ତାଙ୍କୁ ସପୋର୍ଟ କରୁଥିଲେ । ନିଜର ସଂଘର୍ଷର କାହାଣୀ କହିବା ସମୟରେ ରିଙ୍କୁ କହିଛନ୍ତି ଯେ, ଦିନେ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା । ଫଳରେ ସେ ଉଧାର କରି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ତାଙ୍କ ମା’ ଗୋଟିଏ ଦୋକାନରୁ ତାଙ୍କୁ ପଇସା ଉଧାର ଆଣି ଦେଇଥିଲେ ।

ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଲୋକପ୍ରିୟ ଭାଷ୍ୟକାର ଆକାଶ ଚୋପ୍ରାଙ୍କ ସହ କଥା ହେବା ସମୟରେ ରିଙ୍କୁ କହିଛନ୍ତି ଯେ, ତାଙ୍କ ଭାଇ କୋଚିଂ ସେଣ୍ଟରରେ କାମ କରୁଥିଲେ । ସେଠାରେ ରିଙ୍କୁଙ୍କୁ କାମ କରିବାକୁ ସେ କହିଥିଲେ । ସେ କୋଚିଂ ସେଣ୍ଟରରେ ସଫା କରିବା କାର୍ଯ୍ୟ କରି ସକାଳୁ ସକାଳୁ ଚାଲି ଆସୁଥିଲେ ଲୋକ ଲଜ୍ଜା ଭୟରେ । ୨୦୧୨ ମସିହାରେ ତାଙ୍କ ସ୍କୁଲରେ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ସେ ‘ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ’ ବାବରେ ଏକ ବାଇକ ଉପହାର ପାଇଥିଲେ ବୋଲି ରିଙ୍କୁ ପ୍ରକାଶ କରଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ତଥା ଦୁବାଇରୁ ଟିମ ଆସିଥିଲେ । ଆଇପିଏଲରେ ୮୦ ଲକ୍ଷରେ ବିକ୍ରି ହେବା ପରେ ରିଙ୍କୁ କେବେ ବି ଭାବି ନଥିଲେ ସେ ଏତେ ଟଙ୍କାରେ ବିକ୍ରି ହେବେ ବୋଲି ମଧ୍ୟ କହିଥିଲେ ।

Get real time updates directly on you device, subscribe now.