fbpx

ଖେଳ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ରଦ୍ଦ ହେଲା ଭାରତର କୁସ୍ତି ମହାସଂଘ WFI

Advertisement

ନୂଆଦିଲ୍ଲୀ: ଭାରତର କୁସ୍ତି ମହାସଂଘ(WFI) ବିରୋଧରେ ଖେଳ ମନ୍ତ୍ରଣାଳୟ ନେଇଛି ଏକ ବଡ଼ ନିଷ୍ପତ୍ତି । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରଣାଳୟ । କୁସ୍ତି ମାହସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଘୋଷଣା କରିଛି । ଏଥିସହିତ ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ମଧ୍ୟ ରୋକ ମନ୍ତ୍ରଣାଳୟ ତରଫରୁ ଆଦେଶ ଜାରି କରାଯାଇଛି ।

କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ପ୍ରବଳ ମାତ୍ରାରେ ବିରୋଧ ପ୍ରଦର୍ଶନ ହୋଇଥିବା ଦେଖା ଯାଇଥିଲା । ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କୁ ବିରୋଧ କରି ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ କୁସ୍ତିରୁ ଅବସର ନେଇଛନ୍ତି । ଯାହା ଫଳରେ ବାଧ୍ୟ ହୋଇ ଶେଷରେ କ୍ରୀଡ଼ା ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । କୁସ୍ତି ଯୋଦ୍ଧାଙ୍କ ବିରୋଧକୁ ସମର୍ଥନ କରି ମହାସଂଘକୁ ରଦ୍ଦ କରିଛି କ୍ରୀଡ଼ା ମନ୍ତ୍ରଣାଳୟ ।

Get real time updates directly on you device, subscribe now.