fbpx

(video): ଡଚ ଧାବିକା ଫେମକେ ବୋଲ, ମିକି ମାଉସ ଶବ୍ଦରେ ଧ୍ୱସ୍ତ ହେଲା ଆମେରିକୀୟ ଦଳ! ଜିତିଲେ ସ୍ୱର୍ଣ୍ଣ

ଓଡିଶା ଭାସ୍କର: ଅଲିମ୍ପକ୍ସ କେବଳ ପଡିଆରେ ତାରକା ସୃଷ୍ଟି କରି ନଥାଏ । ଏହା ସୋସିଆଲ ମିଡିଆରେ ବି ଜଣେ ସାଧାରଣ ତାରକାକୁ ଅସାଧାରଣ କରି ଦିଏ । ଇଏ ଯେମିତି ଡଚ ଧାବିକା ଫେମକେ ବୋଲଙ୍କ କଥା । ଏହି ତାଲିକାରେ ନେଦରଲ୍ୟାଣ୍ଡ ଧାବିକା ‘ଫେମକେ ବୋଲ’ ସାମିଲ ହୋଇ ରାତାରାତି ସୁପରଷ୍ଟାର ହୋଇ ସାରିଛନ୍ତି । ୪ ଗୁଣା ୪୦୦ ମିଟର ଦୌଡର ଅନ୍ତିମ ସମୟରେ ସେ ଆମେରିକା ଦଳକୁ ଧ୍ୱସ୍ତବିଧ୍ୱସ୍ତ କରି ସୁନା ଉପରେ ନିଜର କବ୍ଚା ଜାହିର କରିଛନ୍ତି ।

କହିରଖୁ, ଆମେରିକା ଏହି ଅଲିମ୍ପିକ୍ସରେ ସୁନା ଜିତିବ ବୋଲି ସମସ୍ତେ ଭାବୁଥିଲେ । ମାତ୍ର ସ୍ପ୍ରିଣ୍ଟର ଫେମକେ ବୋଲଙ୍କ କମାଲ ବଳରେ ନେଦରଲ୍ୟାଣ୍ଡ ଦଳକୁ ସେ ରିଲେରେ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି । ସ୍ୱର୍ଣ୍ଣ ଜିତିବା ପରେ ଏବେ ସେ ସାରା ବିଶ୍ୱର କୋଣ ଅନୁକୋଣରେ ନିଜର ‘ମିକି ମାଉସ’ ଆୱାଜ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଆଇକନ ଭାବରେ ମଧ୍ୟ ଉଭା ହେବାରେ ଲାଗିଲେଣି ।

ସ୍ୱର୍ଣ୍ଣ ଜିତିବା ପରେ ୟୁଜର୍ସ ମଧ୍ୟ ତାଙ୍କର ଏହି ଶବ୍ଦ ହିଁ ଆମେରିକା ଦଳକୁ ନଷ୍ଟ କରି ଦେଲା ବୋଲି କହି ରୋଚକ ପ୍ରତିକ୍ରିୟା ଦେଉଛନ୍ତି । ଆମେରିକାକୁ ହରାଇବା ନିଶ୍ଚିତଭାବରେ ଡଚ ଧାବିକାଙ୍କ ପାଇଁ ଏକ ଆହ୍ୱାନଭରା ଥିଲା ଓ କଠିନ କାର୍ଯ୍ୟ ମଧ୍ୟ ଥିଲା ଡଚ ଦଳ ପାଇଁ । କାରଣ ଏହି ରେସ ପୂର୍ବ ରାତ୍ରିରେ ଆମେରିକୀୟ ଦଳ ବିଶ୍ୱ ରେକର୍ଡ କରି ନିଜ ପ୍ରତିପକ୍ଷଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିଲା । ଡଚ ଧାବିକା ଫେମକେ ବୋଲ ସ୍ୱର୍ଣ୍ଣ ଜିିତିବା ପରେ କହିଛନ୍ତି ଯେ, ତାଙ୍କ ଭଳି ଛୋଟ ଦେଶ ଏହି ଇଭେଣ୍ଟରେ ଆମେରିକାକୁ ହରାଇ ସ୍ୱର୍ଣ୍ଣ ଜିତିବା ଏକ ସ୍ୱପ୍ନକୁ ସାକାର କରିବା ଭଳି । ସେମାନଙ୍କ ପାଇଁ ପଦକ ଜିତିବା ବି ବଡ ଅଟେ । ମାତ୍ର ସେମାନେ ତ ସୁନା ଜିତିଛନ୍ତି । ତାହା ପୁଣି ଆମେରିକାରୁ ହରାଇ । ଏହା ତାଙ୍କ ପାଇଁ ଏକ ପାଗଳାପଣ ଭଳି ଲାଗୁଛି ବୋଲି କହିଛନ୍ତି ଏହି ‘ମିକି ମାଉସ’ ଧାବିକା ।

Get real time updates directly on you device, subscribe now.