ଓଡିଶା ଭାସ୍କର: ଅଲିମ୍ପିକ୍ସରେ ଦିନକୁ ଦିନ ନୂଆ କ୍ରୀଡା ସାମିଲ ହେଉଛି । ଉଦାହରଣସ୍ୱରୂପ ପ୍ୟାରିସରେ ଯେମିତି ସାମିଲ ହୋଇଛି ନୂଆ ଖେଳ ବ୍ରେକ ଡାସିଙ୍ଗ ।ଯାହା ବେଶ୍ ରୋମାଞ୍ଚକ ଭରା ଥାଏ । ଏହିକ୍ରମରେ ୨୦୨୮ ମସିହାରେ ହେବାକୁ ଥିବା ଲସଏଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହେବ ଏମିତି ଏକ ଲୋମଟାଙ୍ଗୁରା କ୍ରୀଡା । ଏହି କ୍ରୀଡା ବେଶ୍ ଭୟଙ୍କର ମଧ୍ୟ । ଏହି ଖେଳ ଏବେ ଚର୍ଚ୍ଚାରେ ।
କହିରଖୁ, ମିକ୍ଡ ମାର୍ଶଲ ଆର୍ଟ କମ୍ପାନୀ ୟୁଫସି (UFC) ସିଇଓ ଡୈନା ୱାଇଟ ଏମଏମଏ (MMA) ଖେଳକୁ ଅଲିମ୍ପିକ୍ସରେ ଆଣିବାର ପ୍ରସ୍ତାବ ରଖିଛନ୍ତି । ପ୍ରଶ୍ନ ଉଠେ ଏହି ଖେଳ ଏବେ ଯାଏଁ କାହିଁକି ଅଲିମ୍ପିକ୍ସରେ ସାମିଲ ନାହିଁ । ରେସଲିଂ, ଜୁଡୋ ତଥା ବକ୍ସିଂ ଭଳି ୩ ଟି ଖେଳ ଅଲିମ୍ପିକ୍ସରେ ସାମିଲ ରହିଛି । ତେବେ ଏବେ ଏମଏମଏ (MMA) ଖେଳକୁ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମିକ୍ଡ ମାର୍ଶଲ ଆର୍ଟ କମ୍ପାନୀ ୟୁଫସି (UFC) ସିଇଓ ଡୈନା ୱାଇଟ ଏମଏମଏ (MMA) କୁ ନେଇ କହିଛନ୍ତି ଯେ, ଏହି ଖେଳକୁ ଏବେ ଯାଏଁ ଅଲିମ୍ପିକ୍ସରେ ସାମିଲ କରାଯିବା କଥା । ମାତ୍ର ଏହା ହୋଇ ପାରି ନାହିଁ । ଏହି ଖେଳ ଅଲିମ୍ପିକ୍ସକୁ ବହୁ ଦର୍ଶକ ମଧ୍ୟ ଦେବାର କ୍ଷମତା ରଖିବ ବୋଲି ସେ କହିଛନ୍ତି ।