fbpx

ପ୍ୟାରିସ ଅଲିମ୍ପିକ୍ସରେ ସିଜନର ସର୍ବଶ୍ରେଷ୍ଠ ଥ୍ରୋ ପରେ ନିରଜ ପ୍ରେସମିଟରେ କହିଲେ, ‘ଜଲଦି ଶେଷ କର, ଫାଇନାଲ ପାଇଁ ଆରାମ କରିବି’

ଓଡିଶା ଭାସ୍କର: ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସରେ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ମାତ୍ର ଥ୍ରୋରେ ସିଧାସଳଖ ଫାଇନାଲକୁ ପ୍ରବେଶ କରିଥିଲେ । ପୁରୁଷ ଜାଭଲିନ ଥ୍ରୋରେ ସେ ୮୯.୩୪ ମିଟର ଥ୍ରୋ ଫିଙ୍ଗି ସର୍ବଶ୍ରେଷ୍ଠ ସାବ୍ୟସ୍ତ ହୋଇଥିଲା । ତାଙ୍କର ଏହି ଥ୍ରୋ ତାଙ୍କ କ୍ୟାରିଅରର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥ୍ରୋ ମଧ୍ୟ ଥିଲା । ତାଙ୍କର ଏହି ଥ୍ରୋ ଉଭୟ ‘ଗ୍ରୁପ-ଏ’ ଓ ‘ଗ୍ରୁପ-ବି’ କ୍ୱାଲିଫିକେଶନରେ ସମସ୍ତଙ୍କଠୁ ଅଧିକ ଥିଲା । ଉଭୟ ଗ୍ରୁପରେ ସେ ଶୀର୍ଷରେ ଥିଲେ ।

ଏହାପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ସେ ପ୍ରେସମିଟ ସମୟରେ ଶୀଘ୍ରରେ ଥିଲେ । ମାନେ ପ୍ରେସମିଟକୁ ଶୀଘ୍ର ସାରିବା ପାଇଁ କହିଥିଲେ । ଯେତିକି ଶୀଘ୍ର ସେ ତାଙ୍କର କ୍ୱାଲିଫିକେଶନ ରାଉଣ୍ଡରେ ମଧ୍ୟ ଥିଲେ ନୀରଜ । ଯେମିମିତି ଏକାଥରକେ ସେ ଫାଇନାଲ ପାଇଁ ସ୍ଥାନ ପକ୍କା କରିଥିଲେ, ଠିକ ସେମିତି ପ୍ରେସମିଟ ସମୟରେ ମଧ୍ୟ ସେ ଶୀଘ୍ରତାରେ ଥିଲେ । ନୀରଜ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ କହିଥିଲେ ଯେ ସେ ତାଙ୍କର ପ୍ରଥମ ପ୍ରୟାସରେ ସର୍ବଶ୍ରେପ୍ପ୍‌ଦାନ କରିବାକୁ ଚାହାନ୍ତି । କିନ୍ତୁ, ସର୍ବଦା ଏହା ସମ୍ଭବ ହୋଇ ନପାରେ । ଗୋଲଡେନ ବୟ ପରେ ଗଣମାଧ୍ୟମକୁ କହିଥିଲେ ଯେ, ପ୍ରେସମିଟକୁ ସେମାନେ ଶୀଘ୍ର ସାରନ୍ତୁ । ତାଙ୍କୁ ଫାଇନାଲ ପାଇଁ ବିଶ୍ରାମ ନେବାର ଅଛି । ଯେତେ ଶୀଘ୍ର ଏହା ସରିବ ସେତେ ଅଧିକ ତାଙ୍କ ପାଇଁ ଲାଭଦାୟକ ହେବ । କାରଣ ନୀରଜଙ୍କୁ ଆରାମର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.