fbpx

ସ୍ୱର୍ଣ୍ଣ ବିଜେତା ଅର୍ଶଦଙ୍କୁ ମିଳୁଛି ମଇଁଷି ଉପହାର, ଟଙ୍କାର ବର୍ଷା ସାଙ୍ଗକୁ ବ୍ୟକ୍ତିଙ୍କ ଅଦ୍ଭୂତ ଉପହାର..

 

ଓଡିଶା ଭାସ୍କର: ପାକିସ୍ତାନର ଷ୍ଟାର ଜାଭଲିନ ଥ୍ରୋଅର ଅର୍ଶଦ ନଦୀମ ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତର ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ସେ ଏହି କାରନାମା ରଚଇଛନ୍ତି । ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦଙ୍କୁ ଗୋଟିଏ ପରେ ଗୋଟିଏ ଉପହାରର ସୁଅ ଛୁଟୁଛି । ପ୍ରଥମେ ତାଙ୍କୁ ପ୍ରାୟ ୫୦ ଡଲାର ମିଳିଛି ପୁରସ୍କାର ଭାବରେ । ଏବେ କିନ୍ତୁ ସ୍ୱର୍ଣ୍ଣ ବିଜେତା ଅର୍ଶଦଙ୍କୁ ଉପହାର ଭାବରେ ଏକ ମଇଁଷି ମିଳିବ । ତାଙ୍କର ଶ୍ୱଶୁର ତାଙ୍କୁ ଏହି ସ୍ୱତନ୍ତ୍ର ଉପହାର ପ୍ରଦାନ କରିବେ ।

ଅର୍ଶଦଙ୍କ ଶ୍ୱଶୁର ମୁହମ୍ମଦ ନୱାଜ ଆଞ୍ଚଳିକ ଗଣମାଧ୍ୟମ ସହ କଥା ହେବା ସମୟରେ ଏଭଳି କହିଥିବା ଜଣା ପଡିଛି । କହିରଖୁ, ଅର୍ଶଦଙ୍କ ଗାଁରେ ବି ମଇଁଷି ଉପହାରକୁ ବହୁତ ମୂଲ୍ୟବାନ ଓ ସମ୍ମାନଜନକ ରୂପେ ବିବେଚନା କରାଯାଏ । ଯାହା ଏଠାରେ ବି ଦେଖିବାକୁ ମିଳିଛି ।

ଅର୍ଶଦଙ୍କ ଶ୍ୱଶୁର କହିଛନ୍ତି ଯେ, ଏତେସବୁ ସଫଳତା ପରେ ବି ନଦୀମ ନିଜ ଗାଁରେ ହିଁ ରୁହନ୍ତି । ନିଜର ମା’ ବାପା ଓ ଭାଇଭଉଣୀଙ୍କୁ ନେଇ ତାଙ୍କ ପରିବାର । ସେହିଭଳି ଅର୍ଶଦଙ୍କ ଶ୍ୱଶୁରଙ୍କ ୪ ଜଣ ପୁଅ ଓ ୩ ଜଣ ଝିଅ ଅଛନ୍ତି । ତାଙ୍କର ସବୁଠୁ ଛୋଟ ଝିଅଙ୍କ ବିବାହ ଅର୍ଶଦଙ୍କ ସହ ହୋଇଛି ।

Get real time updates directly on you device, subscribe now.