fbpx

Paris Olympics: ନୀରଜ ଜିତିବେ ସୁନା, ପନ୍ତ ଦେବେ ଫ୍ଲାଇଟ ଟିକେଟ ଓ ବର୍ଷା କରିବେ ଟଙ୍କା, ପଢନ୍ତୁ ଏ ରିପୋର୍ଟ ଓ ଜିତନ୍ତୁ ଏହି ପୁରସ୍କାର…

ଓଡିଶା ଭାସ୍କର: ଭାରତୀୟ ଜାଭଲିନ ତାରକା ତଥା ସୁନା ଫୁଅ ନୀରଜ ପ୍ୟାରିସରେ ପୁଣି ନିଜର ଜଲୱା ଜାହିର କରିଛନ୍ତି । ଜାଭଲିନ ଥ୍ରୋର କ୍ୱାଲିଫିକେଶନ ରାଣ୍ଡରେ ସେ ଦମଦାର ପ୍ରଦର୍ଶନ କରି ଶୀର୍ଷରେ ରହି ଫାଇନାଲ ଫାଇଟକୁ ଯାଇଛନ୍ତି । ଆସନ୍ତାକାଲି ଏହି ସୁନା ପୁଅ ସୁନା ପାଇବା ପାଇଁ ହିଁ ଲଢିବେ ।

ଇତିମଧ୍ୟରେ, ତାଙ୍କର ପ୍ରଦର୍ଶନ ପାଇଁ ପୁଣି ଥରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚର୍ଚ୍ଚାରେ ରହିଛନ୍ତି । ଆଉ ଏହି ଚର୍ଚ୍ଚାକୁ ରୋମାଞ୍ଚରେ ଭରି ଦେଇଛନ୍ତି ଭାରତର ଷ୍ଟାର କ୍ରିକେଟର ତଥା ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ । ତାଙ୍କୁ ସପୋର୍ଟ କରିବା ତଥା ତାଙ୍କ ମନୋବଳକୁ ବହୁଗୁଣିତ କରିବା ପାଇଁ ଋଷଭ ଏକ ଘୋଷଣା କରିଛନ୍ତି । ଯାହାକୁ ନେଇ ଋଷଭ ବି ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ପନ୍ତ ଏକ ଫୋଷ୍ଟ ସେୟାର କରିଛନ୍ତି । ଯଦି ନୀରଜ ଆସନ୍ତାକାଲି ଗୋଲ୍ଡ ଜିତିବେ, ତେବେ ଋଷଭ ନିଜର ଫ୍ୟାନ୍ସଙ୍କୁ ୧ ଲକ୍ଷ ୮୯ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ପୋଷ୍ଟରେ ଉଲ୍ଲେଖ ଅଛି । ଏହାବାଦ ୧୦ ଜଣଙ୍କୁ ସେ ମାଗଣାରେ ଫ୍ଲାଇଟ ଟିକେଟ ବି ପ୍ରଦାନ କରିବାକୁ ଯାଉଛନ୍ତି । ଫ୍ୟ।।ନ୍ସ ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.