fbpx

(video): ଭାରତର ଶେରନି ଦେବ ସ୍ୱର୍ଣ୍ଣ, ଶୁଭେଚ୍ଛା ଓ ଶୁଭକାମନାରେ ଶତମୁଖ ହୋଇ ଉଠୁଛି ଭିନେଶ ଫୋଗଟଙ୍କ ବିଜୟ

ଓଡିଶା ଭାସ୍କର : ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ପ୍ରଥମେ ଭିନେଶ ଗତ ଅଲିମ୍ପିକ୍ସର ଡିଫେଣ୍ଡି ଚାମ୍ପିଆନ ତଥା ଚାରିଥର ବିଶ୍ୱ ଚାମ୍ପିଆନ ହୋଇଥିବା ୟୁଇ ସୁସାକିଙ୍କୁ ରୋମାଞ୍ଚକର ମୁକାବିଲାରେ ୩-୨ ରେ ମାତ ଦେଇ କ୍ୱାଟରଫାଇନାଲରେ ପ୍ରବେଶ କରିଥିଲେ । ପରେ କ୍ୱାଟର ଫାଇନାଲରେ ୟୁକ୍ରେନର କୁସ୍ତିଯୋଦ୍ଧାଙ୍କୁ ଚିତ କରି ଦେଇଥିଲେ । ସେମିଫାଇନାଲ ଫାଇଟ ଜିତି ଭିନେଶ ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆଜି ଭାରତୀୟ ସମୟ ରାତ୍ର ପ୍ରାୟ ୯.୪୫ ସମୟରେ ଫାଇନାଲ ଫାଇଟ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିଛି ଭିନେଶଙ୍କ ପାଖରେ । ଭାରତ ମଧ୍ୟ ଏହି ସୁନା ଝିଅଙ୍କଠୁ ସ୍ୱର୍ଣ୍ଣ ଆଶା ରଖିଛି ।

ଭିନେଶଙ୍କ ଏହି ବିଜୟରେ ପଦକ ତ ପାଇବ ଭାରତ, ଏହା ରୌପ୍ୟ ହୋଇପାରେ କିମ୍ବା ସ୍ୱର୍ଣ୍ଣ । କିନ୍ତୁ, ପଦକ ଜିତିବା ପୂର୍ବରୁ ଭାରତର ଏହି ଲାଡଲିଙ୍କ ପାଖକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି । ତାଙ୍କ ବିଜୟରେ ଭାରତ ଏବେ ଝୁମୁଛି । ସ୍ୱର୍ଣ୍ଣ ଜିତିଲେ ଏହି ଖୁସି ଭାରତୀୟଙ୍କୁ ଆହୁରି ଆଲ୍ଲାଦିତ କରିବ । ଭିନେଶଙ୍କ ଏହି ବିଜୟ ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ, ଭିନେଶ ଜଣେ ଶେରନୀ । ସେ ବିଶ୍ୱ ଚାମ୍ପିଆନ ଓ ଡିଫେଣ୍ଡିଂ ଚାମ୍ଫିଆନଙ୍କୁ ହରାଇଛନ୍ତି । ଏହାବାଦ ଅଲିମ୍ଫିକ୍ସରେ କାଂସ୍ୟ ଜିତିଥିବା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି, ‘ଖୁବ ସୁନ୍ଦର ଭିନେଶ’ । ଭିନେଶଙ୍କ ଏହି ବିଜୟରେ ତାଙ୍କ ଭଉଣୀ ଗୀତା ଫୋଗଟ ମଧ୍ୟ ଲେଖଇଛନ୍ତି, ‘ଜମାନା ଝୁକତା ହୈ, ବସ ଝୁକାନେ କା ଜୁନୁନ ହୋନା ଚାହିଏ’ ।

Get real time updates directly on you device, subscribe now.