fbpx

୧୦୦ ଗ୍ରାମ ଓଜନ କାହିଁକି ବଢିଥିଲା! ଭିନେଶଙ୍କ ବଡ ଖୁଲାସା, ହରିୟାଣା ହରିଣୀଙ୍କୁ ମିଳିବ ଏବେ ରୌପ୍ୟ!

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ସରି ସାରିଛି । ଏବେ ୨୦୨୮ କୁ ଲସଏଞ୍ଜେଲସ ଡାକୁଛି । ମାତ୍ର ପ୍ୟାରିସ ଅଲିମ୍ପିକ୍ସ ସରିଥିଲେ ବି ଏବେ ବି ଭିନେଶଙ୍କୁ ନେଇ ଦେଶ କାନ୍ଦୁଛି । ୧୪୦ କୋଟି ଭାରତୀୟଙ୍କ ନଜର ସ୍ୱାଧୀନତା ଦିବସ ପୂର୍ବରୁ ଭିନେଶଙ୍କ ଉପରେ ରହିଛି । କୋଟି କୋଟି ଭାରତୀୟଙ୍କ ଗୋଟିଏ ଆଶା ରହିଛି, ସେ ଆଶା ଏବେ ପୂରଣ ହେବାକୁ ଯାଉଥିବାର ଦୃଷ୍ଟିଗୋଚର ହେବାରେ ଲାଗିଲାଣି ।

କହିରଖୁ, ଭିନେଶ ୨୦୨୪ ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗରେ ଫାଇନାଲ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇ ଦେଶକୁ ସଦମାକୁ ନେଇ ଯାଇଥିଲେ । ମାତ୍ର ଏବେ ଭାରତୀୟ ପ୍ରଶଂସକଙ୍କୁ ଟିକେ ଆଶ୍ୱସ୍ତି ମିଳିପାରେ । କାରଣ ସେ ସ୍ୱର୍ଣ୍ଣ ନ ଜିତିଲେ ବି ରୌପ୍ୟକୁ ନିଜ ନାମରେ କରି ପାରିବେ । ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଷ୍ଟ୍ରେଶନ ଫର ସପୋର୍ଟ (ସିଏଏସ ) ସାମ୍ନାରେ ବଡ ଖୁଲାସା କରିଛନ୍ତି । ତାଙ୍କର ଓଜନ କାହିଁକି ୧୦୦ ଗ୍ରାମ ଅଧିକ ହୋଇଥିଲା ତାହା ଏବେ ସାମ୍ନାକୁ ଆସିଛି ।

ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ ) ୟୁନାଇଟେଡ ୱର୍ଲଡ ରେସଲିଂ (ୟୁଡବ୍ଲୁଡବ୍ଲୁ) ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘର ଫଇସଲାକୁ ଆହ୍ୱାନ ଦେଇ ଅପିଲ ଦାୟର କରିଥିଲେ । ଶୁକ୍ରବାର ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ସମୟରେ ଭିନେଶ ଫୋଗଟ ଅତ୍ୟଧିକ ବଜନ ବଢିବାର କାରଣ କହିଥିଲେ । ଭାରତର ପ୍ରସିଦ୍ଧ ଓକିଲ ହରିଶ ସାବ୍ଲେ ଭିନେଶଙ୍କ ତରଫରୁ ପକ୍ଷ ରଖିଥିଲେ । ଏକ ରିପୋର୍ଟ ଅନୁସାରେ, ଚେମ୍ପ ଡେ ମାର୍ସ ଏରିନା (ପ୍ରତିଯୋଗିତାସ୍ଥଳ) ଓ ଆଥଲେଟିଜ ଭିଲେଜ ମଧ୍ୟରେ ଥିବା ଦୂରତା ଭିନେଶଙ୍କ ଓଜନର ବଢିବାର କାରଣ ଥିଲା । ଫଳରେ ସେ ଫାଇନାଲ ଫାଇଟ ଲଢି ପାରି ନ ଥିଲେ ।

Get real time updates directly on you device, subscribe now.