fbpx

କ୍ରିକେଟକୁ ଅଲବିଦା ଜଣାଇଲେ ଭାରତୀୟ ପେସର୍: ସ୍ପଟ୍ ଫିକ୍ସିଂ ପାଇଁ ହୋଇଥିଲେ ବାସନ୍ଦ

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ପେସ୍ ବୋଲର ଏସ୍ ଶ୍ରୀସନ୍ଥ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ନିଜର ବ୍ୟାଡବୟ ଇମେଜ ପାଇଁ ପ୍ରସିଦ୍ଧ ଥିବା ଶ୍ରୀସନ୍ଥଙ୍କ କ୍ୟାରିୟର ସର୍ବଦା ବିବାଦୀୟ ରହିଥିଲା । ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଶ୍ରୀସନ୍ଥ । ଶ୍ରୀସନ୍ଥ ଲେଖିଛନ୍ତି ମୋ ପରିବାର, ମୋ ସାଥୀ ଖେଳାଳି ଓ ଭାରତବାସୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଏହି ଖେଳକୁ ଭଲ ପାଉଥିବା ସମସ୍ତଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଏହା ସହିତ ମୁଁ ଦୁଃଖର ସହିତ କ୍ରିକେଟକୁ ଅଲବିଦା ଜଣାଉଛି । ଭାରତୀୟ ଘରୋଇ କ୍ରିକେଟ ଏବଂ ସମସ୍ତ ପ୍ରକାରର କ୍ରିକେଟକୁ ବିଦାୟ ଜଣାଉଛି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ମୁଁ ମୋ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇବାକୁ ଚାହୁଁଛି । ଏହି ନିଷ୍ପତ୍ତିରେ ମୁଁ କେବେ ଖୁସି ହେଇ ପାରିବି ନାହିଁ ମାତ୍ର ମୁଁ ଖେଳିଥିବା ସମସ୍ତ ସମୟକୁ ଉପଭୋଗ କରିଛି ।

ଶ୍ରୀସନ୍ଥ ଭାରତ ପକ୍ଷରୁ ୨୭ଟି ଟେଷ୍ଟ, ୫୩ଟି ଦିନିକିଆ ଓ ୭ଟି ଟି-୨୦ ମୁକାବିଲା ଖେଳି ସାରିଛନ୍ତି । ୨୭ ଟେଷ୍ଟରୁ ୮୭ ୱିକେଟ ନେଇଥିବା ଶ୍ରୀସନ୍ଥ ଦିନିକିଆରେ ୭୫ଟି ୱିକେଟ ନେଇଛନ୍ତି । ଏହା ସହିତ ୭ଟି ଟି-୨୦ ମୁକାବିଲାରୁ ସେ ୧୦ଟି ୱିକେଟ ନେଇଛନ୍ତି । ତେବେ କିଙ୍ଗସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଆଇପିଏଲ ଖେଳିବା ସମୟରେ ହରଭଜନ ସିଂ ତାଙ୍କୁ ଚାପୁଡା ମାରିଥିଲେ । ଏହା ସହିତ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ସମୟରେ ମ୍ୟାଚ ଫିକ୍ସିଂରେ ଲିପ୍ତ ରହି ୨ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ସହିତ ଘରୋଇ କ୍ରିକେଟକୁ ଫେରିଥିଲେ ଶ୍ରୀସନ୍ଥ ।

Get real time updates directly on you device, subscribe now.