fbpx
BSKY
BJD MS SKY
BJD YOUTH SKY

(Video) ଭାବଗ୍ରାହୀ କାଳିଆ ଠାକୁର: ଭକ୍ତଙ୍କୁ ଦର୍ଶନ ଦେବାକୁ ‘ପହଡ଼’ରୁ ବାହାରି ଆସିଲେ ଶ୍ରୀଜିଉ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଭକ୍ତବତ୍ସଳ ଭାବଗ୍ରାହୀ ବୋଲି କୁହାଯାଏ । ଭକ୍ତର ଦୁଃଖ ବୁଝିବା ପାଇଁ ବର୍ଷକୁ ଥରେ ରତ୍ନ ସିଂହାସନରୁ ଓହ୍ଲାଇ ରଥଯାତ୍ରା କରିଥାନ୍ତି ମହାବାହୁ କୋଟି ଓଡିଆଙ୍କ ମଉଡ଼ମଣୀ । ବିପଦରେ ପଡି ଡାକି ଦେଲେ ଭକ୍ତ ପାଇଁ ସବୁ କିଛି ଭୁଲି ଧାଇଁ ଆସନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଏକଥା ଆମେ ଶାସ୍ତ୍ର-ପୁରାଣ ଆଦିରେ ପଢିଛନ୍ତି ଆଉ ଶୁଣିଛନ୍ତି । ବିଭିନ୍ନ ରୂପରେ ସେ ଭକ୍ତର ଡାକ ଶୁଣିବା କଥା କେବେ ମିଛ ନୁହେଁ । ଦାସିଆ ବାଉରୀ, ଭକ୍ତ ସାଲବେଗ ଓ ବନ୍ଧୁ ମହାନ୍ତି ଭଳି ପରମ ଭକ୍ତଙ୍କୁ ସେ କୋଳେଇ ନେଇଥିବା ଭଳି ମଧ୍ୟ ଦିବ୍ୟ ଘଟଣାମାନ ରଚିଛି କାଳିଆ ଠାକୁର । ନା ଥିଲା ପବନ, ନା ଝଡ ତୋଫାନ, ତଥାପି ଉଡିଗଲା ମହାପ୍ରଭୁଙ୍କ ପହଡ଼ରେ ଲାଗିଥିଲା ପରଦା । ଆଉ ଭକ୍ତଙ୍କୁ ଦେଖା ଦେବା ପାଇଁ ଚକାନୟନ ମେଲି ଚାହିଁଥିଲେ ସେହି ପତିତପାବନ ।

ତେବେ ଏଥର ରଥଯାତ୍ରାରେ ଆଉ ଏକ ଅପୂର୍ବ ଲୀଳା ଦେଖାଇଛନ୍ତି ଲୀଳାମୟ ଠାକୁର । ବଡଦାଣ୍ଡରେ ରହି ଭକ୍ତଙ୍କ ପ୍ରତି ଥିବା ସ୍ନେହ ଆଉ ଅନାବିଳ ଭଲପାଇବାର ଏକ ନମୁନା ଦେଖାଇଛନ୍ତି କଳାଦିଅଁ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା କରି ବଡ ଦେଉଳରୁ ବାହାରି ଆସିଥିଲେ ମହାବାହୁ । କିନ୍ତୁ ଦୁର୍ଭାଗ୍ୟରୁ କିଛି ଭକ୍ତ ନନ୍ଦିଘୋଷରେ କଳା ବାମନକୁ ଦେଖିବା ପାଇଁ ସଠିକ ସମୟରେ ପହଞ୍ଚି ପାରି ନଥିଲେ । ବଡ ଦାଣ୍ଡରେ ରଥର ଖୁବ ପାଖରେ ପହଞ୍ଚି ବି ଚକାନୟନକୁ ଦେଖି ନ ପାରି ଫେରି ଆସୁଥିଲେ ଶହ ଶହ ଭକ୍ତ । କାରଣ ଶ୍ରୀଜିଉଙ୍କ ପହଡ଼ ସମୟ ହୋଇ ସାରିଥିଲା ଏବଂ ଚତୁର୍ଦ୍ଧାମୂରତୀ ଶୟନ ସମୟ ହୋଇ ସାରିଥିଲା । ତେଣୁ ଭକ୍ତମାନେ ଉଦାସ ଚେହେରା ଆଉ ଆଖିରେ ଲୁହ ନେଇ ରଥ ପାଖରୁ ଫେରିବାକୁ ବାହାରିଥିଲେ । ଏସବୁ ଦେଖି କେମିତି ଚୁପ ରହିଥାନ୍ତେ ସେ ଭାବର ଠାକୁର, କେମିତି ତା ଯାତରାରେ ତା ଭକ୍ତ କାଲି ହାତରେ ଫେରିଯିବ ଆଉ ସେ ଏସବୁ ଦେଖି କେମିତି ବା ସହିପାରିବ । ସେଇଥିପାଇଁ ତ ବଡ ଦେଉଳିଆ ଭକ୍ତଙ୍କ ପାଇଁ ପୁଣି ଉଭା ହୋଇଛନ୍ତି । ପହଡ଼ରୁ ଉଠି ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରି ଆସିଛନ୍ତି ରାଧାମୋହନ ।

ଦର୍ଶନ ଦେବା ତ ବାହାନା, ତା ଅତି ପ୍ରିୟର ଭକ୍ତମାନଙ୍କୁ ସେ ଯିକିଏ ଦେଖିବେ ବୋଲି ମହାବାହୁ ନିଜର ଅଲୌକିକ ଲୀଳା ଦେଖାଇଛନ୍ତି । ଗୁଣ୍ଡିଚା ମନ୍ଦିର ନିକଟରେ ପହଡ଼ ଆଡୁଆଳରେ ଶୋଇ ପଡିଥିବା ଜଗନ୍ନାଥ ହଠାତ ପହଡ଼ ଖୋଲି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ନା ଥିଲା ପବନ, ନା ଝଡ ତୋଫାନ, ତଥାପି ଉଡିଗଲା ମହାପ୍ରଭୁଙ୍କ ପହଡ଼ରେ ଲାଗିଥିଲା ପରଦା । ଆଉ ଭକ୍ତଙ୍କୁ ଦେଖା ଦେବା ପାଇଁ ଚକାନୟନ ମେଲି ଚାହିଁଥିଲେ ସେହି ପତିତପାବନ । ଏହା ଦେଖିବା ପରେ ଦୂର ଦୂରାନ୍ତରୁ କାଳିଆକୁ ଟିକିଏ ଦେଖିବା ପାଇଁ ଧାଇଁ ଆସିଥିବା ଭକ୍ତମାନଙ୍କ ଅଖିରେ ଦାର ଧାର ଲୁହ ଝରି ଆସିଛି । ଆଜିର କଳି ଯୁଗରେ ସେ ପୁଣି ପବିତ୍ର ରଥଯାତ୍ରାରେ ଜଗାର ଏହି ଅଲୌକିକ ଚମତ୍କାରକୁ ଦେଖିବା ପରେ ଏ ପର୍ଯ୍ୟନ୍ତ କେହି ନିଜ ଆଖିକୁ ବି ଭରସା କରି ପାରିନାହାନ୍ତି ।

Get real time updates directly on you device, subscribe now.