fbpx
BJD
BJD SKY
BJD SKY

ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକସେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଅର୍ଥନୀତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକସେ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ସଂସଦୀୟ ବାଚସ୍ପତିଙ୍କୁ ମେଲ୍ ମାଧ୍ୟମରେ ପଠାଇଛନ୍ତି । ଦେଶରେ ଆର୍ଥିକ ସଙ୍କଟ ଏବଂ ବିରୋଧ ମଧ୍ୟରେ ଗୋଟାବାୟା ରାଜପକସେ ବୁଧବାର ଶ୍ରୀଲଙ୍କାରୁ ପଳାୟନ କରିଛନ୍ତି । ସେ ପ୍ରଥମେ ମାଲଦ୍ୱୀପରେ ପହଞ୍ଚିଥିଲେ ଏବଂ ଏହା ପରେ ସେ ଗୁରୁବାର ସିଙ୍ଗାପୁରରେ ପହଞ୍ଚିଥିଲେ । ସିଙ୍ଗାପୁରରେ ପହଞ୍ଚିବା ମାତ୍ରେ ଗୋଟାବାୟା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଶ୍ରୀଲଙ୍କା ସଂସଦୀୟ କାର୍ଯ୍ୟାଳୟ ପକ୍ଷରୁ ଗୋଟାବାୟା ରାଜପକସେଙ୍କ ଇସ୍ତଫା ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ଦିଆଯାଇଛି । କାର୍ଯ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ଯେ ସଂସଦର ବାଚସ୍ପତିଙ୍କୁ ରାଷ୍ଟ୍ରପତି ଗୋଟାବାୟା ରାଜପକସେଙ୍କ ଇସ୍ତଫା ପତ୍ର ମିଳିଛି ।

ଗୋଟାବାୟାଙ୍କ ଯାତ୍ରାକୁ ନେଇ ଗୁରୁବାର ସିଙ୍ଗାପୁର ସରକାରଙ୍କ ତରଫରୁ ବଡ଼ ବିବୃତ୍ତି ଦିଆଯାଇଛି । ସିଙ୍ଗାପୁର ସରକାରଙ୍କ ତରଫରୁ କୁହାଯାଇଛି ଯେ ରାଜପକସେ ବ୍ୟକ୍ତିଗତ ଗସ୍ତରେ ସିଙ୍ଗାପୁରରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ସିଙ୍ଗାପୁର ସରକାର ଆଶ୍ରୟ ଦେଇନାହାଁନ୍ତି । ସିଙ୍ଗାପୁର ସରକାର କହିଛନ୍ତି ଯେ ଆମେ ସାଧାରଣତଃ ଶରଣ ଅନୁରୋଧ ଗ୍ରହଣ କରୁନାହୁଁ ।

ଇସ୍ତଫା ସମ୍ପର୍କରେ ଗୋଟାବାୟା ରାଜପକସେ ପୂର୍ବରୁ କହିଥିଲେ ଯେ ସେ ବୁଧବାର ସେ ନିଜ ପଦରୁ ଇସ୍ତଫା ଦେବେ କିନ୍ତୁ ଇସ୍ତଫା ଦେବା ପୂର୍ବରୁ ସେ ଦେଶ ଛାଡି ପଳାଇଥିଲେ । ଗତ କିଛି ଦିନ ହେବ ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରିଥିଲେ । ରାଷ୍ଟ୍ରପତିଙ୍କ ବିରୋଧରେ ବିରୋଧ ଏତେ ବୃଦ୍ଧି ପାଇଥିଲା ଯେ ଦେଶରେ ପ୍ରଦର୍ଶନ ଅଧିକ ହିଂସାତ୍ମକ ହୋଇପଡିଥିଲା ଏବଂ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଦଖଲ କରିଥିଲେ ।

Get real time updates directly on you device, subscribe now.