fbpx

ଆଜି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ଗହ୍ମାପୂର୍ଣ୍ଣିମା ନୀତି: ଦୁଇ ଭାଇଙ୍କୁ ରାଖୀ ବାନ୍ଧିବେ ମା’ ସୁଭଦ୍ରା

ପୁରୀ (ଭାସ୍କର ନ୍ୟୁଜ୍): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଓ ଗହ୍ମାପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଦେବୀ ସୁଭଦ୍ରା ଦୁଇ ଭାଇଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଖୀ ବାନ୍ଧିବେ। ରତ୍ନସିଂହାସନରେ ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ୪ଟି ସୁନାପାଟ ଲାଗି ରାଖୀ ଲାଗି ହେବ। ମାର୍କଣ୍ଡ ପରିସରର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ପାଳନ ହେବ। ମାଟିରେ ବଳଭଦ୍ରଙ୍କ ମୂର୍ତ୍ତି ତିଆରି କରି ଜାତକର୍ମ ସରିବା ପରେ ଏହି ମୂର୍ତ୍ତିକୁ ଜଳରେ ବିସର୍ଜନ କରାଯିବ।

ସେହିପରି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀକ୍ଷେତ ପ୍ରସିଦ୍ଧ ଚାରି ଆଶ୍ରମକୁ ବିଜେ କରିବେ ଶ୍ରୀସୁଦର୍ଶନ ମହାପ୍ରଭୁ। ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି।

Get real time updates directly on you device, subscribe now.