fbpx

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କ ହୋଇପାରେ ଲାଇ ଡିଟେକସନ୍‌ ଟେଷ୍ଟ

ପାରଳାଖେମୁଣ୍ଡି (ଭାସ୍କର ନ୍ୟୁଜ୍): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି କ୍ରମରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମକେଶରୀ ବେହେରାଙ୍କୁ ଆଜି ୩ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ । ଡ଼ିଏଫଓଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆବଶ୍ୟକ ହେଲେ ଲାଇ ଡିଟେକସନ୍‌ ଟେଷ୍ଟ କରାଯିବ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ ।

ସୌମ୍ୟଙ୍କ ପରିବାର ପକ୍ଷରୁ ଥାନାରେ କରାଯାଇଥିବା ଏତଲାରେ ଯେଉଁ ମାନଙ୍କ ନାମ ରହିଛି, କ୍ରାଇମବ୍ରାଞ୍ଚ ସେମାନଙ୍କୁ ପରାଉଚରା କରୁଛି । ତେବେ ଡିଏଫଓ ସଂଗ୍ରାମକେଶରୀଙ୍କୁ ପ୍ରଥମେ ମାମଲାରୁ କ୍ଲିନ୍‌ ଚିଟ୍‌ ଦେଇଥିଲା ପୋଲିସ । ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପରେ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ଚାରି ଜଣିଆ ଟିମ୍‌ ଏନେଇ ଛାନଭିନ୍‌ ଜାରି ରଖିଛନ୍ତି । ଏହା ପୂର୍ବରୁ ରୋଷେୟା ମନ୍ମଥ କୁମ୍ଭ, ଫରେଷ୍ଟ ଗାର୍ଡ଼ ଓ ଦୁଇ ଜଣ ଏସିଏଫ ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ।

ପ୍ରକାଶ ଥାଉକି, ଗତ ଜୁଲାଇ ୧୨ ତାରିଖରେ ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା ।ଜୁଲାଇ ୧୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଶରୀରର ୯୫ ପ୍ରତିଶତ ଜଳିଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି ।

Get real time updates directly on you device, subscribe now.