fbpx

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା; ପୁଣି ଥରେ ତେଜିଲା ବିବାଦ

ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ ଦେଖା ଦେଇଛି ଅଶୋଭନୀୟ ଘଟଣା । ଶ୍ରୀମନ୍ଦିର ବେଢ଼ାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀମନ୍ଦିର ବେଢ଼ାରେ ଦୁଇ ଯୁବକ ଫଟୋ ଉଠେଇ ସୋସିଆଲ ମିଡିଆରେ ଛାଡ଼ି ଥିବାର ଦେଖାଦେଇଛି ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ ମନ୍ଦିର ପ୍ରସାଶନ ଅନେକ ପ୍ରକାରର ବ୍ୟବସ୍ଥା କରୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଶିଥିଳତା ଥିବାକୁ ବାରମ୍ବାର ଏପରି ଅଶୋଭନୀୟ ଘଟଣା ଦେଖିବାକୁ ମିଳୁଛି । ମନ୍ଦିର ଭିତରକୁ କିପରି ମୋବାଇଲ ଫୋନ୍ ଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ଘଟଣା ବାରମ୍ବାର ହେଉଥିବାରୁ ଭକ୍ତ ମହଲରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.