fbpx

ଜୟନାରାୟଣଙ୍କ ଆଟାକକୁ ଶ୍ରିମୟୀଙ୍କ କାଉଣ୍ଟର ଆଟାକ; ମାନସିକ ଚିକିତ୍ସା ଅଧାରୁ ପଳାଇ ଆସିଛନ୍ତି ଜୟନାରାୟଣ..

ଓଡିଶା ଭାସ୍କର; ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଟାକକୁ ବିଜେଡି ନେତ୍ରୀ ଶ୍ରିମୟୀ ମିଶ୍ରଙ୍କ କାଉଣ୍ଟର ଆଟାକ । ଏକ୍ସ(ଟ୍ବିଟର)ରେ ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତ୍ରୀ ଏହି କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ମାନସିକ ଚିକିତ୍ସା ଅଧାରୁ ଛାଡି ପଳାଇଆସିଛନ୍ତି । ସମସ୍ତେ ଜାଣନ୍ତି ସେ ତାଙ୍କର ମାନସିକ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ। କିନ୍ତୁ ମାନସିକ ଚିକିତ୍ସାର ସମ୍ପୁର୍ଣ୍ଣ କୋର୍ସ ଶେଷ ହେବା ପୂର୍ବରୁ ପଳାଇ ଆସିଥିବା ଦେଖାଯାଇଛି ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଆକ୍ରମଣ କରିଥିଲେ, ସେତେବେଳେ ଜଣାପଡିଥିଲା ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଆଉ ଏବେ ଚିକିତ୍ସା ଅଧାରୁ ଆସି ପୁଣିଥରେ ପାଗଳଙ୍କ ଭଳି ବୟାନବାଜି କରୁଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ଶୁଣିଥିଲୁ ଶ୍ରୀ ଜୟନାରାୟଣ ମିଶ୍ର ମାନସିକ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସାର ସମ୍ପୂର୍ଣ୍ଣ କୋର୍ସ ଶେଷ ହେବା ପୂର୍ବରୁ ସେ ପଳାଇଥିବାର ଦେଖାଯାଉଛି । ତାଙ୍କ ପାଇଁ ଆମର ପ୍ରାର୍ଥନା- “ଶୀଘ୍ର ସୁସ୍ଥ ହୁଅ”। ତାଙ୍କ ଅତୀତର ଆଚରଣକୁ ଦେଖି ତାଙ୍କଠାରୁ ନିରାପଦ ଦୂରତା ରଖିବାକୁ ଆମେ ଗଣମାଧ୍ୟମ ଏବଂ ଓଡିଶା ବିଜେପି ନେତାମାନଙ୍କୁ ପରାମର୍ଶ ଦେବୁ।’

ସୂଚନା ଥାଉକି, ବିଧାନସଭାର ବଜେଟ୍ ଅଧିବେଶନ ପରେପରେ ନିଜର ଚିକିତ୍ସା ପାଇଁ ‌ରାଜ୍ୟ ବାହାରକୁ ଯାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ତେବେ ଦୀର୍ଘଦିନ ବ୍ୟବଧାନ ପରେ ସେ ବର୍ତମାନ ସୁସ୍ଥ ହୋଇ ଓଡିଶା ଫେରିଛନ୍ତି । ଜୟନାରାୟଣ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ଦଳର କୋର୍‌ କମିଟି ବୈଠକରେ ଯୋଗଦେଇଥିଲେ । ଜଣେ ବିରୋଧୀ ଦଳ ନେତା ହିସାବରେ ପୁଣି ଥରେ ସେ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚକୁ ନେଇ ସେ କହିଛନ୍ତି ନବୀନ ବାବୁ ପାଣ୍ଡିଆନ‌ଙ୍କୁ ଲିଜ୍‌ ଦେଇ ସରକାର ଚଲାଇଛନ୍ତି । ଏହି ଲିଜ୍‌ ସରକାରର ଅନ୍ତ ହେବ। ଏହି ଦୁଇ ଜଣ ରାଜ୍ୟରେ ବହୁ ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର କରିଛନ୍ତି। ଗୋଟେ ସାଧାରଣ ସରକାରୀ କର୍ମଚାରୀ ଯେମିତି ଓଡ଼ିଶାର ସର୍ବେସର୍ବା ହୋଇଛି, ଓଡ଼ିଶାର ମାଲିକ ହୋଇଛି ଏବଂ ନବୀନ ବାବୁ ତାଙ୍କୁ ସରକାର ଚଲାଇବାକୁ ଲିଜ୍‌ରେ ଦେଇଛନ୍ତି ତାହା ଏବେ ସବୁ ସୀମା ପାର କରିଛି । ନବୀନ ପଟ୍ଟନାୟକ ଗାଦିଚ୍ୟୁତ ହେବେ। ଏଥର ବିଜେପି ସରକାର ଆସିବ । ବିଜେପି ସରକାର ଓ କେନ୍ଦ୍ର ସରକାର ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଜେଲ୍‌ରେ ପୂରେଇବ ବୋଲି ରାଜ୍ୟ ସରକାରଙ୍କୁ ଆଟାକ କରି କହିଥିଲେ ।

 

Get real time updates directly on you device, subscribe now.